୨୦୦,୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ନିଷେଧ କଲେ ନେପାଳ ସରକାର

0

କାଠମାଣ୍ଡୁ . – ନେପାଳରେ ସମସ୍ତ ଭାରତୀୟ ମୁଦ୍ରା ବୈଧ ଥିଲା । ଏଠାରେ ଆରାମରେ ଭାରତୀୟ ମୁଦ୍ରାରେ କାରବାର କରି ହେଉଥିଲା । ମାତ୍ର ୧୦୦ ଟଙ୍କିଆଠାରୁ ଅଧିକ ମୂଲ୍ୟ ଥିବା ଭାରତୀୟ ମୁଦ୍ରାକୁ ନେପାଳ ସରକାର ତତ୍‌କାଳ ନିଷେଧ କରିଛନ୍ତି । ଏହି ଆଦେଶକୁ ତତ୍‌କାଳ ଲାଗୁ କରିବା ପାଇଁ ନେପାଳର କ୍ୟାବିନେଟ ନିର୍ଦେଶ ଦେଇଛି ।

ନେପାଳର ଖବର କାଗଜ କାଠମାଣ୍ଡୁ ପୋଷ୍ଟ ଅନୁସାରେ ବିମୁଦ୍ରାୟନ ସମୟରେ ନେପାଳରେ ବହୁ ପରିମାଣରେ  ୫୦୦ ଓ ହଜାର ଟଙ୍କିଆ ନୋଟଥିଲା । ଶହ ଶହ କୋଟି ଟଙ୍କାର ଏହି ନୋଟକୁ ଭାରତକୁ ଫେରିଆଯାଇ ପାରି ନଥିଲା । ଏହି କାରଣରୁ ୧୦୦ ଟଙ୍କିଆ ଭାରତୀୟ ମୁଦ୍ରା ଉପରକୁ ଥିବା ସମସ୍ତ ଟଙ୍କାକୁ ଗ୍ରହଣ ନ କରିବା ପାଇଁ ନେପାଳର ନାଗରିକମାନଙ୍କୁ ନେପାଳ ସରକାର ପରାମର୍ଶ ଦେଇଛନ୍ତି ।

Leave A Reply