ନେପାଳରେ ଉଡାଜାହଜ ଦୁର୍ଘଟଣା ; ୬ ମୃତ

0

କାଠମାଣ୍ଡୁ : ନେପାଳରେ ଶନିବାର ଏକ ଉଡାଜାହଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଉଡାଜାହଜରେ ୭ ଜଣ ଯାତ୍ରୀ ଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଜଣେ ମହିଳା ଯାତ୍ରୀ ହିଁ ବଞ୍ଚିଯାଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଅନୁସାରେ ଆଲଟିଟ୍ୟୁଡ ଏୟାର ଏୟାରଲାଇନ୍ସର ଏହି ଉଡାଜାହଜ ଗୋରଖା ଜିଲାରୁ କାଠମାଣ୍ଡୁକୁ ଯାତ୍ରା କରୁଥିବା ସମୟରେ ସକାଳ ୮.୧୦ରେ ଯୋଗାଯୋଗ ବିଛିନ୍ନ ହୋଇଥିଲା।
ଅଲଟିଟ୍ୟୁଡ ଏୟାର ପ୍ରାଇଭେଟ ଲିମିଟେଡର ନିର୍ଦେଶକ ନିମା ଶେରପାଙ୍କ କହିବା ଅନୁସାରେ ଉଡାଜାହଜରେ ଜଣେ ଜାପାନୀ ପର୍ଯ୍ୟଟକଙ୍କ ସହ ଛଅ ଜଣ ନେପାଳ ଲୋକ ଥିଲେ। ଦୁର୍ଘଟଣା ହୋଇ ଜାପାନୀ ପର୍ଯ୍ୟଟକଙ୍କ ସମେତ ଛଅ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

Leave A Reply