ପୋଖରୀରେ ବୁଡି ଜଣେ ମୃତ

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତ ଭାବରଚାନ୍ଦ ଗ୍ରାମର ରମେଶ ଚନ୍ଦ୍ର ଲେଙ୍କା (୫୫) ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୋମବାର ସକାଳ ୧୦ ଟାରେ ସେ ସାଇକେଲ ଯୋଗେ ସ୍ଥାନୀୟ ଧୋବାଅଣା ଗ୍ରାମକୁ ଯାଉଥିବା ବେଳେ ସାଇକେଲରୁ ଖସିପଡି ରାସ୍ତାକଡରେ ଥିବା ଏକ ୨୦ ଫୁଟ୍‍ରୁ ଉର୍ଦ୍ଧ ଗଭୀର ବିଶିଷ୍ଟ ପୋଖରୀକୁ ଖସି ପଡିଥିଲେ। ତେବେ ସାଇକେଲଟି ପୋଖରୀ କୂଳରେ ପଡିଥିବାର ଦେଖି ସ୍ଥାନୀୟ ଲୋକମାନେ ଏକାଠି ହୋଇ ଗଭୀର ପୋଖରୀରୁ ରମେଶକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ସହାୟତାରେ ଦୀର୍ଘ ଅଧଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯିବା ସହିତ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply