ପଦ୍ମବନ ପୀଠରେ ହରିବଂଶ ସପ୍ତାହ ପାଳିତ

0

ନେମାଳ : ମହାନ ଆଧ୍ୟାତ୍ମିକ ଧର୍ମପୀଠ ରୂପେ ପରିଚିତ ଉତ୍କଳ ପ୍ରଦେଶର ଶ୍ରେଷ୍ଠ ସାଧକ ତଥା ପଞ୍ଚ ସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପବିତ୍ର ପଦ୍ମବନ ପୀଠ ନାମମଣ୍ଡପଠାରେ ହରିବଂଶ ସପ୍ତାହ ଉତ୍ସବ ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ବହୁ ଶ୍ରଧାଳୁ ଭକ୍ତ ମାନଙ୍କ ସମାଗମ ଘଟିଥିବା ବେଳେ ପ୍ରତ୍ୟୁଷରୁ ଦ୍ୱାଦସ ଗୋପାଳ ବୈଷ୍ଣବ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ପୁଜାଅର୍ଚ୍ଚନା କରାଯାଇ ପୀଠ ଶୋଧନ କରାଯିବା ପରେ ନାମ ମଣ୍ଡପରେ ହରିବଂଶକୁ ସ୍ଥାପନ କରାଯାଇଥିଲା। ପରେ ଅଭିଞ୍ଜ ପୁରୋଧାଙ୍କ ଦ୍ୱାରା ପଠନ କାର୍ଯ୍ୟର୍ ଆରମ୍ଭ କରାଯାଇଥିଲା। ହରିବଂଶ ପଠନର ମୁଖ୍ୟ ପୁରୋଧା ଭୃଗୁରାମ ପଣ୍ଡାଙ୍କ ପୂଜାପାଠରେ ପଣ୍ଡିତ ଶତ୍ରୁଘ୍ନ ଦାଶ ଏଥିରେ କର୍ତ୍ତା ଭାବେ ଅବସ୍ଥାପିତ ହୋଇଛନ୍ତି। ବାବା ସଦାନନ୍ଦ ଦାସ, ଅନନ୍ତରାମ ଦାସଙ୍କ ସୁରଚିତ ପଠନରେ ବହୁ ଶ୍ରୋତା ଉପସ୍ଥିତ ହୋଇ ପ୍ରଭୁଙ୍କର ଏହି ମହିମାମୟ ଲୀଳାଖେଳାକୁ ଶ୍ରବଣ କରି ନିଜକୁ ଧନ୍ୟ ମଣୁଛନ୍ତି। ଉକ୍ତ ଉତ୍ସବରେ ଅନନ୍ତ ପଣ୍ଡା, ସୀତାରାମ ଦାସ, ହରେକୃଷ୍ଣ ପୂଝାରୀ, ପଦ୍ମନାଭ ପୂଝାରୀ, ମୀନକେତନ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଭକ୍ତମଣ୍ଡଳୀ ଯୋଗଦେଇ ମହାପୁରୁଷଙ୍କ ସାନ୍ନିଧ୍ୟ ଲାଭ କରୁଛନ୍ତି। ଏହି ଅବସରରେ ସମଗ୍ର ପୀଠ ପରିସରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଉକ୍ତ ଉତ୍ସବ ସାତ ଦିନ ଧରି ଅନୁଷ୍ଠିତ ହେବ।

Leave A Reply