ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

0

ନେମାଳ : ନେମାଳର ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ପାଇଁ ବୁଧବାର ଛାତ୍ରଛାତ୍ରୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ତତ୍ୱାବଧାନରେ ଛାତ୍ରସଂସଦର ଉପଦେଷ୍ଟା ବରିଷ୍ଠ ଅଧ୍ୟାପକ ଗଗନ ବିହାରି ଦାସ, ଅଧ୍ୟାପକ ବିନୟ କୁମାର ଦାସ, ଅଧ୍ୟାପକ ସୁଧାଂଶୁ ସେଖର ସ୍ୱାଇଁ ପରିଚାଳନା କରିଥିଲେ। ଏହି ଅବସରରେ ସଭାପତି ପଦ ପାଇଁ ଯୁକ୍ତ ତିନି ଶେଷ ବର୍ଷ କଳା ଦିପ୍ତି ରଂଞ୍ଜନ ପଣ୍ଡା, ସତ୍ୟବାଦି ସ୍ୱାଇଁ, କ୍ଷିରୋଦ କୁମାର ସେଠୀ, ଶ୍ରୀକାନ୍ତ ସେଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଉପସଭାପତି ପାଇଁ ଅଙ୍କିତା ମଲିକ, କପଲିତ୍‍ ସେଠୀ, ସଂପାଦକ ପାଇଁ ରଶ୍ମିରଂଞ୍ଜନ ଜେନା, ଲିପୁନ ସାହୁ, ଯୁକ୍ତ ତିନି କ୍ରୀଡା ସଂପାଦକ ପାଇଁ ସୈାମ୍ୟ ରଞ୍ଜନ ସାହୁ, କ୍ଷିରୋଦ ବେହେରା ପତ୍ରିକା ସଂପାଦକ ପାଇଁ ବିକାଶ କୁମାର ବାରିକ, ଇତିଶ୍ରୀ ଖଟୁଆ, ସାଂସ୍କୃତିକ ସଂପାଦକ ପାଇଁ ମୋନାଲିଶା ବାରିକ, ଶାରଦା ଦେବୀ, ସହ କ୍ରୀଡା ସଂପାଦକ ପାଇଁ ରାକେଶ କୁମାର ମହାପାତ୍ର ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଅକ୍ଟୋବର ୪ ତାରିଖ ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହ ୧୦ ତାରିଖରେ ମୁଁ କାହିକି ପ୍ରାର୍ଥୀ ହୋଇଛି ସେ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ କହିବାର ସୁଯୋଗ ଦେବା ସହ ଅକ୍ଟୋବର ୧୧ ତାରିଖ ସକାଳ ୮ଟାରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ଏବଂ ୨ଟାରୁ ୬ଟା ମଧ୍ୟରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଅକ୍ଟୋବର ୧୨ ତାରିଖରେ ବିଜୟୀ ଛାତ୍ର ସଂସଦ ପ୍ରତିନିଧି ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ବେହେରା ସୁଚନା ଦେଇଛନ୍ତି।

Leave A Reply