ବାଇକ ଦୁର୍ଘଟଣାରେ ଜଣେ ମୃତ

0

ନେମାଳ : ଜନାର୍ଦ୍ଦନପୁର ଶାରଳା ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତ ସାହାଣପୁର ଗ୍ରାମର କାଙ୍ଗାଳୀ ଚରଣ ମଲ୍ଲିକ(୬୨)। ସୂଚନାମୁତାବକ ସେ ଗୁରୁବାର ସକାଳ ୮ଟା ସମୟରେ  ନିଜ ଗ୍ରାମରୁୁ ସାଲେପୁର ଅଭିମୁଖେ ନିଜ ପୁଅ ସହିତ ବାଇକରେ ଯାଉଥିଲା ବେଳେ ଜନାର୍ଦ୍ଦନପୁର ଶାରଳା ଛକ ନିକଟରେ ପଛ ପଟୁ ଏକ ବାଇକ୍ ଯୋରରେ ଧକ୍କା ଦେବାରୁ କାଙ୍ଗାଳି ଗାଡିରୁ ତଳକୁ ଖସି ପଡିଥିଲେ। ଯାହାଦ୍ୱାରା ତାଙ୍କର ମୁଣ୍ଡରେ ଯୋରରେ ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ନିମନ୍ତେ କାଙ୍ଗାଳୀଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ନେମାଳ ଥାନା ପୁଲିସ ଶବକୁ ଜବତ କରି ୧୦୧/୧୮ ରେ ଏକ ମାମଲ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଥିବା ଜଣାପଡିଛି।

Leave A Reply