ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

0

ନେମାଳ : ଗତ ୧ ତାରିଖ ଦିନ ନେମାଳ ପଞ୍ଚାୟତ ସ୍ଥିତ ମୂଳୁସୁଆଙ୍ଗଠାରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଚିକିସତ୍ସିତ ହେଉଥିଲେ। ମାତ୍ର ଗତ କାଲି(ରବିବାର) ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଝାଡେଶ୍ୱରପୁର ପଞ୍ଚାୟତ ସରବରପୁର ଗ୍ରାମର କାର୍ତିକ ମଲ୍ଲିକଙ୍କ ପୁଅ ଲୋକନାଥ ମଲିକ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ହୋଇ ପରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିଲେ। ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶବକୁ ଗ୍ରାମ ଶ୍ମଶାନରେ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି। ତାଙ୍କର ଏହି ମୃତ୍ୟୁରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply