ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସୁନା ଚେନ୍‍ ଲୁଟ୍‍

0

ନେମାଳ : ଜଣେ ଛାତ୍ରୀ ବିଲହାଟ ବଜାରରୁ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ନେମାଳ ଥାନା ଗଡିଜଙ୍ଗ ବଜାର ନିକଟରେ ଜଣେ ଯୁବକ ତାକୁ ଅଟକାଇ ଦୁବ୍ୟବହାର କରିବା ସହ ଏକ ଭରି ଓଜନର ସୁନା ଚେନ୍‍ ଲୁଟି ନେଇଥିବା ନେମାଳ ଥାନାରେ ଅଭିଯୋଗ ହୋଇଛି। ଖବରଅନୁସାରେ ପାଟକୁରା ଥାନା ଅଞ୍ଚଳର ମଧୁଶାସନ ଗ୍ରାମର ପ୍ରଭାତୀ ବେହେରା ନାମକ ଜଣେ କମ୍ପ୍ୟୁଟର ଛାତ୍ରୀ ସନ୍ଧ୍ୟାରେ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ବେଣୀରାମପୁର ଅଞ୍ଚଳର ପ୍ରଭୁଦତ ଦାସ ନାମକ ସଂପୃକ୍ତ ଯୁବକ ଏକ ବାଇକ ଯୋଗେ ଆସି ଛାତ୍ରୀ ଜଣକୁ ଯୋର ଜବରଦସ୍ତ ଅଟକାଇବା ସହ ତାକୁ ଗାଳିଗୁଲଜ କରିଥିଲା। ପରେ ମୋବାଇଲ ଛଡା ଛଡି କରିବା ଯୋଗୁ ଯୁବତୀ ଜଣକ ବଡ ପାଟିରେ ପାଟି କରିବାରୁ ଯୁବକ ଜଣକ ଏକ ଖୁର ସାହାଯ୍ୟରେ ଯୁବତୀକୁ ଆକ୍ରମଣ କରି ସେ ପିନ୍ଧିଥିବା ଏକ ଭରି ଓଜନର ସୁନା ଚେନ୍‍ ଲୁଟି ନେଇ ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ନେମାଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୁବକ ଜଣକୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥିବା ଜଣାପଡିଛି।

Leave A Reply