ନେମାଳ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

0

ନେମାଳ : ନେମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଜନ ସଚେତନତା ପାଇଁ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଇଲୋକ୍ଟ୍ରୋନିକସ ତଥା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସୁଚନା ଦେଇଥିବା ବେଳେ ପିଠା କାର୍ଯ୍ୟକ୍ରମ ସରକାରୀ ଯୋଜନାର ସ୍ୱଛତା ପାଇଁ ପରାମର୍ଶ ଦେଇଥିଲେ। ଏହିଅବସରରେ କଳାକାର ଭତ୍ତା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରୋତ୍ସାହନ ରାଶି ଆଦି ବଣ୍ଟନ କରାଯାଇଥିଲା।ସରପଞ୍ଚ ମୁକ୍ତାର ଅଲ୍ଲୀଙ୍କ ତତ୍ତ୍ୱାବଧାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଯୋଗଦେଇ ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନ କରାଇ ସରକାରୀ ଯୋଜନାରେ କିଭଳି ସମସ୍ତେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସଂକ୍ରାନ୍ତରେ ସଚେତନ କରିଥିଲେ।

Leave A Reply