ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ଗୁରୁତର ଅଭିଯୋଗ

0

ନେମାଳ : ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ଏଲଟି ଏବଂ ୧୧କେଭି ବିଦ୍ୟୁତ ତାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବାରମ୍ବାର ବିଭାଗିୟ ଅଧିକାରୀ ମାନଙ୍କୁ ସୂଚନା ଦିଆଯାଉଥିବା ବେଳେ ତାହାର କୈଣସି ପ୍ରତିକାର ନହେବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।।

ଘଟଣାରୁ ପ୍ରକାସ, ନିଶ୍ଚିନ୍ତକୋଇଲି ଉପଖଣ୍ଡ ବାଲିଆପଦା ପଞ୍ଚାୟତ ତେନ୍ତଲପୁର ଗ୍ରାମର ସଂଜୟ ବାରିକ ବିଲରେ କାମ କରୁଥିବା ସମୟରେ ବିଲ ଉପର ଦେଇ ଯାଇଥିବା ଏଲଟି ବିଦ୍ୟୁତ୍‍ ତାର ହଠାତ ଛିଡି ପଡିଥିଲା ଫଳରେ ସେ ତାର ସଂସ୍ପର୍ଶରେ ଆସି ସଂକଟାପନ୍ନ ହୋଇପଡିଥିଲେ। ପରେ ବିଲରେ କାର୍ଯ୍ୟ କରୁଥିବା କେତକ ବ୍ୟକ୍ତିଙ୍କ ସହାୟତାରେ ଉଧାର କରାଯାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲେ ମଧ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଛି। ତେବେ ଉକ୍ତ ଘଟଣା ସମ୍ପର୍କରେ ସଂଜୟଙ୍କ ବାପା ନରହରି ବାରିକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି।ତେବେ ତାଙ୍କ ପରିବାର ବର୍ଗଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି।

Leave A Reply