ଗୋ ବସନ୍ତ ସଂକ୍ରମଣ ରୋଗରେ ଗୋରୁଗାଈ ଆକ୍ରାନ୍ତ

0

ନେମାଳ: ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ହରିରାଜପୁର ଓ ଏହାର ଆଖପାଖ ଗ୍ରାମରେ ଗୋରୁ ଗାଈମାନଙ୍କୁ ଗୋ ବସନ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା ଅଭାବରୁ କେତକ ଗୋରୁ ଗାଈ ମୃତାହତ ହେଉଥିବାର ଦେଖାଯାଉଛି। ଗୋରୁଗାଈ ମାନଙ୍କ ଦେହରେ ଫୁଟୁକା ଭଳି ଫୁଲିଯିବା ,ଗୋଡ ମୋଟା ହୋଇଯିବା ,ଖାଦ୍ୟ ନ ଖାଇବା ଆଦି ଲକ୍ଷଣ ଦେଖାଯାଇଛି। ଫଳରେ ଉକ୍ତ ଅଞ୍ଚଳର ପ୍ରଭାକର ସ୍ୱଇଁଙ୍କ ଏକ ବାଛୁରି ମୃତ୍ୟୁ ବରଣ କରିଥିବା ବେଳେ ସୁରେଶ ତ୍ରିପାଠି,ପ୍ରଭାକର ପଣ୍ଡା,ଧନେଶ୍ୱର ସ୍ୱାଇଁ,ବିଜୟ ପରିଡା,ଲକ୍ଷ୍ମଣ ମଲିକ ପ୍ରମୁଖଙ୍କ ଗୋରୁଗାଇ ମାନଙ୍କରେ ଏଭଳି ଲକ୍ଷଣ ଦେଖାଯାଇଛି।ଉକ୍ତ ଘଟଣା ସଂପର୍କରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବସନ୍ତ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି ଯୋ ଏହା ଏକ ଭାଇରାଲ ସଂକ୍ରମଣ ରୋଗ ଯାହାର ନାମ ଗୋ ବସନ୍ତ ଯାହାର ଏ ପର୍ଯ୍ୟନ୍ତ କୈାଣସି ଟିକା ଆସି ନଥିବାରୁ ଦିଆଯାଇପାରୁ ନାହିଁ ପରନ୍ତୁ ଆମେ ସେଥିପାଇଁ ସବୁବେଳେ ସଜାଗ ହୋଇ ରହୁଛୁ ଯେଉଁଠି ଏଭଳି ରୋଗ ଦେଖାଯାଇଛି ତାହାର ପ୍ରରମ୍ଭିକ ଚିକିତ୍ସା କରାଯାଇ ଆଣ୍ଟିବାଟିକ ଔଷଧ ପ୍ରଦାନ କରାଯାଉଛି।

Leave A Reply