ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ ; ବାଲିଯାତ୍ରା ମହୋତ୍ସବ ଉଦଯାପିତ

ନେମାଳ: ନେମାଳ ପଦ୍ମବନର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ସମଗ୍ର ବିଶ୍ୱକୁ ଭାଇଚାରାର ବାର୍ତ୍ତା ଦିଏ । ଗୁପ୍ତ ବୃନ୍ଦାବନ ସଦୃଶ ନେମାଳ ପୀଠ ସମଗ୍ର ବିଶ୍ୱକୁ ଭାଇଚାରା ଓ ବିଶ୍ୱ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରି ଏହି ସ୍ଥାନର ଗୁଣ ଗାରିମାକୁ ବୃଦ୍ଧି କରିଛି । ଏଠାରେ ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ନିର୍ବିଶେଷରେ କି ହିନ୍ଦୁ, କି ମୁସଲମାନ, କି ଖ୍ରୀଷ୍ଟିୟାନ ସମସ୍ତେ ସମାନ। ଜଗତଗୁରୁ ଠାକୁର ଅଭିରାମ ପରମହଂସଙ୍କ ଠାରୁ ଆରମ୍ଭ କରି ମହିମା ଧର୍ମ ପର୍ଯ୍ୟନ୍ତ ସମସ୍ତେ ଚିତ୍ରାଙ୍ଗୀ ଚିତ୍ରୋତ୍ପଳାର ସୁବିସ୍ତୃତ  ବାଲୁକା ବେଳାଭୂମିରେ ବସି ନିଜ ନିଜର ଉପାସ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ସତ୍ୟ, ଶାନ୍ତି, ଦୟା, କ୍ଷମା ଓ ସୌମ୍ୟ- ମୈତ୍ୟ ମନ୍ତ୍ର ପୂଜାର ଅମୀୟ ବାଣୀର ପ୍ରଚାର ଓ ପ୍ରସାର ହେଉଛି ବୋଲି ଦେବସ୍ନାନଯାତ୍ରା ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଉପଲକ୍ଷେ ଆୟୋଜିତ ବାଳି ଯାତ୍ରା ମହୋତ୍ସବର ଉଦ୍‍ଯାପନି ପର୍ବ ଅବସରରେ ଅତିଥି ମାନେ ମତପୋଷଣ କରିଛନ୍ତି । ଯୁଗେ ଯୁଗେ ମାଳିକାର ସ୍ରଷ୍ଟା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସୁବିଦିତ , ଯଦିଓ ଏହା ତାଙ୍କର ଏକମାତ୍ର ପରିଚୟ ନୁହେଁ । ଜଣେ ସିଦ୍ଧ ପୁରୁଷ ଓ ମହାନ ସନ୍ଥ ଭାବରେ ଓଡିଆ ଜାତିରେ ଜନ୍ମଗ୍ରହଣ କରି ସେ ଏ ଜାତିକୁ ଧନ୍ୟ କରିଛନ୍ତି। ସେହି ମହାନ ପୁରୁଷଙ୍କ କୃତିତ୍ୱ ଓ ତାଙ୍କର ସାଧନାପୀଠ ନେମାଳରେ ଅନୁଷ୍ଠିତ ହୋଇଯାଇଛି ହିନ୍ଦୁ ଓ ମୁସଲମାନଙ୍କର ନିଆରା ଭାଇଚାରା ସମ୍ପର୍କ।

ପ୍ରତ୍ୟୁଷରୁ ଦ୍ୱାଦସ ଗୋପାଳ ବୈାଷ୍ଣବ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ପୁଜାଅର୍ଚ୍ଚନା କରାଯାଇଥିଲା। ପରେ ରାତ୍ର ୧୦ଟା ସମୟରେ ପୀଠ ପରିସରରୁ ଏକ ଶୋଭାଯାତ୍ରାରେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନେ ଚିତ୍ରୋତ୍ପଳା ବାଲିଶଯ୍ୟରେ ନେମାଳ ପ୍ରେସ କ୍ଲବ ଓ ଟ୍ରଷ୍ଟ ବୋଡ ପକ୍ଷରୁ ଆୟୋଜିତ ମଞ୍ଚ ଉପରକୁ ଯାଇଥିଲେ। ସେଠାରେ ହଜାର ହଜାର ଶ୍ରଧାଳୁ ଭକ୍ତଙ୍କ ଗହଣରେ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସେବାୟତ ଶଶିକାନ୍ତ ପୁଝାରୀଙ୍କ ଦ୍ୱାରା ଯଥାରିତି ପୂଜାଅର୍ଚ୍ଚନା କରାଯାଇଥିଲା। ବାଲି ଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ସାମ୍ବାଦିକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ ଦିଲିପ କୁମାର ଦେ ,ବିଶିଷ୍ଟ ଅତିଥି ଭାବେ ଆଇଆଇସି ନିହାର ରଂଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିପିନ ବିହାରି ଦାସ ,ସେକ୍‍ ଅକ୍ତର ଅଲ୍ଲି, ଆଲୋକ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲିଯାତ୍ରା ଉତ୍ସବ କମିଟି କୋଷାଧ୍ୟକ୍ଷ କ୍ଷମାନିଧି ପୁଝାରୀ ସ୍ୱାଗତ ଅଭିଭାଷଣ , ଉପସଭାପତି ସାମ୍ବାଦିକ ଗୋବିନ୍ଦ ଦାସ ପ୍ରାରମ୍ଭିକ ସୁଚନା, କମିଟି ସହ ସଂପାଦକ ସାମ୍ବାଦିକ ମିନକେତନ ଦାସ, ସାମ୍ବାଦିକ କିରଣ ଶଙ୍କର ନାୟକ ମାନପତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରପ୍ରସାଦ ପୃଷ୍ଟି ,ଯୁବ ସଂଗଠକ ନିକେଶ ଦାସ,ଇଂ ସରୋଜକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବାଲିଯାତ୍ରା ମହୋତ୍ସବ କମିଟିର ସଂମ୍ପାଦକ ରତ୍ନାକର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ସମୟରୁ ଭାଇଚାରା ସଂମ୍ପର୍କ ସୃଷ୍ଟି ହୋଇଥିବା ଶଖା ଅଚ୍ୟୁତି ଖାଁଙ୍କ ସଂମ୍ପର୍କକୁ ନିବିଡ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ କରାଯାଇ ସଂମ୍ପର୍କକୁ ଅହୁରି ସୁଦୃଢ କରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଚିତ୍ରୋତ୍ପଳା ନଦୀ ଗର୍ଭ ରାହାସ କିର୍ତ୍ତନ,ଭଜନଜଣାଣ ଓ ମହାପୁରୁଷଙ୍କ ତତ୍ୱ ଆଲୋଚନା ଚକ୍ରରେ ସମଗ୍ର ପରିବେଷ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଓଡିଶା କୋଣ ଅନୁକୋଣରୁ ଆସିଥିବା ଅଚ୍ୟୁତ ପ୍ରେମି ମାନେ ରହି ଭକ୍ତ ଓ ଭଗବାନଙ୍କର ଦୂଲ୍ଲଭ ମିଳନ ଏବଂ ହିନ୍ଦୁ ଓ ମୁସଲମାନଙ୍କର ନିଆରା ଭାଇଚାରା ସମ୍ପର୍କକୁ ଅନୁଭବ କରୁଥିଲେ।ଏହି କାର୍ଯ୍ୟକ୍ରମରେ ସଂଗଠକ ହରପ୍ରସାଦ ପୃଷ୍ଟିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ , ବଜାର ବ୍ୟବସାୟୀ ସଂଘ ,ସେବାୟତ ସଂଘଙ୍କ ସମେତ ବହୁ ଅନଷ୍ଠାନ, ଅଚ୍ୟୁତ ପ୍ରେମୀ, ଲୋକପ୍ରତିନିଧି.ସାହିତ୍ୟିକ ଓ ସମାଜ ସଂସ୍କାରକ ମାନେ ଯୋଗ ଦେଇଥିଲେ।

Comments are closed.