କ୍ଷମତାର ଅପବ୍ୟବହାର : ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ନିଲମ୍ବିତ

ନେମାଳ: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର ସରପଞ୍ଚଙ୍କୁ ଶନିବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।

ସୁଚନାଯୋଗ୍ୟ,ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ରାଜ୍ୟ ଲକଡାଉନ ଥିବା ବେଳେ ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ସରପଞ୍ଚ ସୁଧାଂଶୁ ଶେଖର ଭୁୟାଁ ନଗସପୁର ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଆୟୁସ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଅଶାଳିନ ଭାଷା ପ୍ରୟୋଗକରିବା ନେଇ ଡାକ୍ତର ଅଜନ୍ତା ମହାନ୍ତି ନେମାଳ ଥାନାରେ ଅଭିଯୋଗ କରିଥିଲେ। ପରେ ନେମାଳ ଥାନା ପୁଲିସ ଆଇଆଇସି ନିହାର ରଞ୍ଜନ ମହାନ୍ତି କେସ ନଂ ୪୭/୨୦୨୦ ରୁଜୁ କରି ସରପଞ୍ଚଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି ।

Comments are closed.