ଭୟାବହ ଅଗ୍ନିକାଣ୍ଡ : ୪ବଖରା ସମେତ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ଗ୍ରାମର ରବିନ୍ଦ୍ରନାଥ ଭୋଇଙ୍କ ଘରେ ଶୁକ୍ରବାକ ସନ୍ଧ୍ୟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ , ଆଜି ସନ୍ଧ୍ୟା ସମୟରେ ରବିନ୍ଦ୍ରନାଥଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ପାଖରେ ଜଳର ସୁବିଧା ନ ଥିବା ସାଙ୍ଗକୁ ଚାଳଘର ହୋଇଥିବାରୁ ଅଚାନକ ନିଆଁ ବ୍ୟାପି ୪ବଖରା ଘର ଖାଦ୍ୟ ଶସ୍ୟ ,ଆସବାବ ପତ୍ର ସମେତ ବହୁ ମୂଲ୍ୟବାନ ଜିନିଷ ପତ୍ର ପୋଡି ଯାଇଛି। ଖବର ପାଇ ଦମକଳ କେନ୍ଦ୍ର ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଥିଲା। ତେବେ ତୁରନ୍ତ ମୋ କୁଡିଆରେ ଏହି ବିପନ୍ନ ବ୍ୟକ୍ତିକୁ ସାମିଲ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।  ନେମାଳ ଥାନା ଅଞ୍ଚଳରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ହେଁ ସାଲେପୁର/ନିଶ୍ଚିନ୍ତକୋଇଲି(ସୁକରପଡା) ଦମକଳ କେନ୍ଦ୍ର ନିଆଁ ଲିଭାଇବାରେ ସହାୟ ହୋଇପାରୁ ନାହିଁ। ନେମାଳରେରେ ଏକ ନୂତନ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ସାଧାରଣରେ ଦାବି ହୋଇଛିା

Comments are closed.