ଗଛ ଓପାଡ଼ି ଦେବାରୁ ୧୨ ବର୍ଷୀୟା ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ପଡ଼ୋଶୀ

ଗଛଟେ ଓପାଡ଼ି ଦେବାରୁ ଜଣେ ୧୨ ବର୍ଷୀୟା ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି ପଡ଼ୋଶୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ। ପିଲାଟି ଖେଳୁଥିବାବେଳେ ଭୁଲବଶତଃ ପଡ଼ୋଶୀଙ୍କ ବାରିରେ ଲାଗିଥିବା ଏକ ଗଛକୁ ଓପାଡ଼ି ଦେଇଥିଲା। ଏଥିରେ ପ​ପଡ଼ୋଶୀ ଉତ୍ତ୍ୟକ୍ତ ହୋଇ ଝିଅଟି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ଘଟଣା ପରେ ତୁରନ୍ତ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝିଅଟିର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ବରୌନୀ ଥାନା ଅନ୍ତର୍ଗତ ନିଙ୍ଗା ପଞ୍ଚାୟତର ଶିବରୌନା ଗାଁରେ ଏହି ଘଟଣା ଘଟିଛି। ତେବେ ପଡ଼ୋଶୀ ତାଙ୍କ ପତ୍ନୀଙ୍କ ସହିତ ମିଶି ଝିଅଟିକୁ ପ୍ରଥମେ ମାଡ଼ ମାରିଥିଲେ। ତଥାପି ଏଥିରେ ସେମାନଙ୍କ ମନ ଶାନ୍ତି ହୋଇ ନ ଥିଲା। ସେମାନେ ଝିଅଟି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

Comments are closed.