ପଡୋଶୀ ଆକ୍ରମଣରେ ମହିଳା ମୃତ

0

ନୂଆଦିଲ୍ଲୀ: ଦିଲ୍ଲୀର ଖ୍ୟାଲି ଆଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପଡୋଶୀଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ଏବଂ ନାବାଳିକ ପୁଅ ଗୁରୁତର ଆହତ ହୋଇଛନ୍ତି ।  ଏକ ସାଧାରଣ କଥାକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଜଣେ ଅନ୍ୟ ଜଣଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହି ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ହସ୍ତକ୍ଷେପ କରିନଥିଲେ ।

ଏହି ଅଘଟଣ ବୁଧବାର ସଂଧ୍ୟା ପ୍ରାୟ ସାଢେ ୭ଟାରେ ଘଟିଛି । ପଶ୍ଚିମ ଦିଲ୍ଲୀର ଖ୍ୟାଲାର ଡିଡିଲ କଲୋନୀରେ ସୁନୀତା ନାମ୍ନୀ ଜଣେ ମହିଳା ନିଜ ପରିବାର ସହ ରହୁଥିଲେ । ଚାରି ଦିନ ପୂର୍ବେ ସୁନୀତାଙ୍କ ପୁଅର ଏକ ବୋତଲକୁ ନେଇ ପଡୋଶୀ ଆଜାଦ ସହ ଝଗଡା ହୋଇଥିଲା। ଏହି ଘଟଣାକୁ ନେଇ ବୁଧବାର ଦିନ ମଧ୍ୟ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ସୁନୀତାଙ୍କ ସ୍ବାମୀ ଓ ତାଙ୍କ ସେଠାରେ ପହଞ୍ଚିଥିଲେ । ଅଭିଯୁକ୍ତ ଆଜାଦ ଏକ ଚାକୁରେ ସୁନୀତାଙ୍କୁ ଭୟନାକ ଭାବେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁନୀତାଙ୍କୁ ବଞ୍ଚାଇାବ ପାଇଁ ତାଙ୍କ ସ୍ବାମୀ ଓ ପୁଅ ଚେଷ୍ଟା କରିବା ବେଳେ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣ କରିଥିଲା।

Leave A Reply