ଛାତ୍ରଛାତ୍ରୀ ଜାଣିବେ ପ୍ରାଣୀ ଉଦ୍ୟାନ ପରିଚାଳନା

ଅକ୍ଟୋବର ୧ରୁ ୬ ପର୍ଯ୍ୟନ୍ତ ବନ୍ୟଜନ୍ତୁ ସପ୍ତାହ ଉତ୍ସବର ଏକ ଅଂଶ ଭାବରେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନ ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ପ୍ରାଣୀ ଉଦ୍ୟାନ ପରିଚାଳନା ବିଷୟରେ ଏକ ଅନଲାଇନ୍ ଲାଇଭ୍ ଇଣ୍ଟରାକ୍ଟିଭ୍ ଅଧିବେଶନ ଆୟୋଜନ କରିବ।
ଏହି ଅଧିବେଶନରେ ବନ୍ୟଜନ୍ତୁ ଓ ପ୍ରାଣୀ ଉଦ୍ୟାନରେ ସେମାନଙ୍କର ଯତ୍ନ ଉପରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦିଆଯିବ। ଏ ନେଇ ସମସ୍ତ ଆଗ୍ରହୀ ବିଦ୍ୟାଳୟଗୁଡିକ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି