ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ବାଙ୍କୀ : କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବାଙ୍କୀ-ଡମପଡା ବ୍ଲକରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଡମପଡା ବ୍ଲକ ଅନ୍ତର୍ଗତ ବାଘୁଆ ଗ୍ରାମରେ ଫୁଟବଲ ଓ କଲରାଅଣ୍ଟା ଗ୍ରାମରେ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ କଲରାଅଣ୍ଟା ଲାଲବାହାଦୂର ଯୁବ ସଂଗଠନ ସହଯୋଗରେ ବାଘୁଆ ଓ ତୋଟାବାଡି ଗ୍ରାମ ମଧ୍ୟରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ବାଘୁଆ ଫୁଟୁବଲ ଦଳ ୨-୦ ଗୋଲରେ ତୋଟାବାଡିକୁ ହରାଇ ବିଜୟୀ ହୋଇଛି । ସେହିପରି ଭଲିବଲ ଖେଳରେ ତୋଟାବାଡି ଦଳ ଗୋବିନ୍ଦପୁରକୁ ହରାଇ ବିଜୟୀ ହୋଇଛି । ଲାଲବାହାଦୂର କ୍ଲବର ମୂଖ୍ୟ ଉପଦେଷ୍ଟା ପ୍ରମୋଦ କୁମାର ସାହୁ ଓ ସଞ୍ଜୋଜକ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଉଭୟ ପ୍ରତିଯୋଗିତା ସଞ୍ଚାଳିତ ହୋଇଥିଲା। କ୍ରୀଡାକୁ ବିଦ୍ୟାଧର ନାଏକ ପରିଚାଳନା କରିଥିଲେ । ପ୍ରଶିକ୍ଷକ ଲଲାଟେନ୍ଦୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.