ଭାବ ଭରା ସଙ୍ଗୀତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ତାଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ଼ କଳାକାରଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଛି। ୧୪ ଜୁନ୍ରେ ଏହି ୩୪ ବର୍ଷିୟ ଅଭିନେତା ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗରେ ଗଭୀର ମର୍ମାହତ ବଲିଉଡ଼ର ଲୋକପ୍ରିୟ ଗାୟିକା ନେହା କକ୍କର ସଙ୍ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସୁଶାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ର ଗୀତ ‘ଜାନ୍ ନିସାର୍’କୁ ଅତି ଭାବପ୍ରବଣତାର ସହ ଗାଇ ସୁଶାନ୍ତଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଗୀତକୁ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଶେୟାର କରିଛନ୍ତି। ତାଙ୍କର ଏହି ଗୀତକୁ ଏପର୍ଯ୍ୟନ୍ତ ୭୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି ଓ ୮ ଲକ୍ଷରୁ ଉଦ୍ଧ୍ୱର୍ ଲାଇକ୍ ମଧ୍ୟ ମିଳି ସାରିଲାଣି। ନେହାଙ୍କ ଏହି ଗୀତକୁ କେବଳ ତାଙ୍କ ପ୍ରଶଂସକ ନୁହେଁ ବରଂ ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। ଏହା ସହିତ ଗୀତର ଅନେକ ପ୍ରଶଂସା କରିଛନ୍ତି।

Comments are closed.