ବିବାହ ପରେ ନିଜ ନାମ ବଦଳାଇ ସୋସିଆଲ ମିଡିଆରେ ସେୟାର କଲେ ନେହା କକ୍କର

ଗାୟିକ ନେହା କକ୍କର ରୋହନପ୍ରୀତଙ୍କ ସହ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ନେହା କକ୍କର ନିଜ ନାମ ପରିବର୍ତ୍ତନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ହିନ୍ଦୁ ବିଶ୍ୱାସ ଅନୁଯାୟୀ, ବିବାହ ପରେ ସ୍ୱାମୀଙ୍କ ନାମ ସହ ପତ୍ନୀଙ୍କ ନାମ ଯୋଡି ହୋଇଥାଏ। ନେହା ମଧ୍ୟ ତାଙ୍କ ନାମରେ ରୋହନପ୍ରୀତଙ୍କ ନାମ ଯୋଡିଛନ୍ତି। ନିଜ ନାମକୁ ଟିକିଏ ପରିବର୍ତ୍ତନ କରିଛନ୍ତି ନେହା। ନିଜ ନାମ ପୂର୍ବରୁ ସେ ଶ୍ରୀମତୀ ସିଂ ଲେଖିଛନ୍ତି। ଅର୍ଥାତ୍ ସେ ନିଜ ନାମରେ ବିଶେଷ କୌଣସି ପରିବର୍ତ୍ତନ କରିନାହାଁନ୍ତି। ବର୍ତ୍ତମାନ ପ୍ରଶଂସକମାନେ ନେହାଙ୍କୁ ଶ୍ରୀମତୀ ସିଂ ବୋଲି ମଧ୍ୟ କହିପାରିବେ।

ସୂଚନାଯୋଗ୍ୟ, ନେହାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଫଟୋ ସବୁଠି ଆଲୋଚନା ହେଉଛି । ମେହେନ୍ଦୀ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରଥା ଏତେ ସୁନ୍ଦର ଭାବରେ ପାଳନ କରାଯାଇଛି ଯେ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତତି । ଫଟୋ ବ୍ୟତୀତ, ଏହିପରି ଅନେକ ଭିଡିଓ ମଧ୍ୟ ଟ୍ରେଣ୍ଡରେ ରହିଛି, ଯେଉଁଥିରେ ରୋହନପ୍ରୀତ ଏବଂ ନେହାଙ୍କ ରୋମାଣ୍ଟିକ ଦେଖାଯାଉଛି। କେଉଁଠି ରୋହନପ୍ରୀତ ନେହାଙ୍କ ପାଇଁ ଏକ ଗୀତ ଗାଉଛନ୍ତି ତ ଅନ୍ୟକେଉଁଠି ଦୁହେଁ ଏକାଠି ପଞ୍ଜାବୀ ନୃତ୍ୟ କରୁଥିବା ଦେଖାଯାଉଛି। ଏସବୁ ମଧ୍ୟରେ ନେହା ଏବଂ ରୋହନପ୍ରୀତଙ୍କ ନୂଆ ଗୀତ ‘ନେହୁ ଦି ବ୍ୟାହା’ ମଧ୍ୟ ସେମାନଙ୍କ ବିବାହ ସମୟରେ ମୁକ୍ତିଲାଭ କରିଛି, ଯାହା ଉଭୟଙ୍କ ଖୁସୀକୁ ଆହୁରୀ ଦ୍ବିଗୁଣ କରିଛି। ଏଭଳି ପରିସ୍ଥିତିରେ ‘ନେହୁ ଦି ବ୍ୟାହା’ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

Comments are closed.