ନେହାଙ୍କ ବିଶାଳ ହୃଦୟ, ଋଣଗ୍ରସ୍ତ ଗୀତିକାରଙ୍କୁ ଦାନ କଲେ ୫ ଲକ୍ଷ

ଗାୟିକା ନେହା କକ୍କର କେବଳ ଭଲ ଗୀତ ଗାଇ ନ ଥାନ୍ତି, ବରଂ ପରୋପକାର ପାଇଁ ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ସମୟରେ ମନ ଖୋଲି ଦାନ କରିଛନ୍ତି। ତାଙ୍କ ଯୋଗୁ ଅନେକ ଲୋକଙ୍କ ଜୀବନ ବଦଳି ଯାଇଛି। ନିକଟରେ ଇଣ୍ଡିଆନ ଆଇଡଲ ସେଟ୍‌ରେ ମ୍ୟୁଜିକ୍‌ ଡାଇରେକ୍ଟର ପ୍ୟାରେଲାଲଙ୍କ ସହିତ ଗୀତିକାର ସନ୍ତୋଷ ଆନନ୍ଦ ଆସିଥିଲେ। ଏହି ସମୟରେ ନେହା ସନ୍ତୋଷ ଆନନ୍ଦଙ୍କୁ ୫ ଲକ୍ଷ ଟଙ୍କା ଦାନ କରିଥିଲେ।

ସନ୍ତୋଷ ଆନନ୍ଦ କହିଥିଲେ ଯେ, ସେ ଆର୍ଥିକ ରୂପରେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କ ଉପରେ ବହୁ ଋଣ ଭାର ରହିଛି ଏବଂ ବାରମ୍ବାର ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କର ଏପରି ସ୍ଥିତି  ଜାଣିବା ପରେ ନେହା ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଥିବା ଦେଖାଯାଇଥିଲା। ସେ ତୁରନ୍ତ ନିଜ ତରଫରୁ ତାଙ୍କୁ ୫ ଲକ୍ଷ ଟଙ୍କା ଦେବା ଲାଗି ଘୋଷଣା କରିଥିଲେ।

ଏହା ବ୍ୟତୀତ ନେହା ମହାନ ଗୀତିକାର ଆନନ୍ଦଙ୍କୁ ଏଭଳି କଠିନ ସମୟରେ ସହାୟତା ପାଇଁ ଆଗେଇ ଆସିବା ଲାଗି ସମ୍ପୂର୍ଣ୍ଣ ମ୍ୟୁଜିକ ଇଣ୍ଡଷ୍ଟ୍ରୀକୁ ନିବେଦନ କରିଥିଲେ। ନେହାଙ୍କ ବ୍ୟତୀତ ବିଶାଲ ଦଦଲାନୀ ବି ସନ୍ତୋଷ ଆନନ୍ଦଙ୍କୁ ସହାୟତା କରିବା ଲାଗି ଆଶ୍ଵାସନା ଦେଇଛନ୍ତି।

Comments are closed.