ନେହାଙ୍କ କ୍ଷୋଭ

ଅଭିନେତ୍ରୀ ନେହା ଧୁପିଆଙ୍କ ସ୍ପଷ୍ଟବାଦିତା ବିଷୟରେ ସମସ୍ତେ ଜାଣନ୍ତି। ରୋକ୍‌ଠୋକ୍ କଥା କହିବାରେ ତାଙ୍କର ଆଦୌ କୁଣ୍ଠା ନାହିଁ। ନେହା ଏବେ ନିଜ ଟକ୍‌ ଶୋ ପାଇଁ ଚର୍ଚ୍ଚା ପରିସରରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି ଚର୍ଚ୍ଚାକୁ ସେ ଆସିବାକୁ ପସନ୍ଦ କରନ୍ତି, ହେଲେ ବିବାଦକୁ ସେ ଘୃଣା କରନ୍ତି। ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରିବାକୁ ତାଙ୍କୁ ମଧ୍ୟ ପସନ୍ଦ କିନ୍ତୁ ଏଥିପାଇଁ ହେଉଥିବା ବିବାଦକୁ ସେ ସହ୍ୟ କରିପାରନ୍ତିନାହିଁ। ସ୍ବାମୀ ଅଙ୍ଗଦ ବେଦୀ ଓ ଝିଅ ମେହରଙ୍କ ସହ ଫଟୋକୁ ସେ ପୋଷ୍ଟ କରିଥିଲେ କିଛିଦିନ ତଳେ, ହେଲେ କେତେଜଣ ବ୍ୟକ୍ତି ଏଇ ଫଟୋକୁ ନେଇ ଥଟ୍ଟା ପ୍ରକାଶ କରିଛନ୍ତି। ନେହା ଏହାକୁ ଆଦୌ ଗ୍ରହଣ କରିପାରିନଥିବାବେଳେ ଏଭଳି ବ୍ୟକ୍ତିଙ୍କୁ ସେ କେବେହେଲେ କ୍ଷମା କରିବେନାହିଁ ବୋଲି କହିଛନ୍ତି। ଆଗାମୀ ରିଏଲିଟି ଶୋ’ ରୋଡିଜ୍‌ କାମରେ ସେ ବ୍ୟସ୍ତ ଅଛନ୍ତି। କରୋନା ମହାମାରୀ ପାଇଁ ମଧ୍ୟ ସେ ଓ ତାଙ୍କ ପରିବାରଲୋକ ଚିନ୍ତିତ। ପୂର୍ବ ଭଳି ସେମାନେ ବାହାର ସୁଟିଂକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିପାଇଁ ସମୟ ଲାଗିବ ବୋଲି ତାଙ୍କ ମତ।

Comments are closed.