ମେ ୩ରେ ନିଟ୍‌ ପରୀକ୍ଷା

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ର ଅନଲାଇନ୍ ପଞ୍ଜୀକରଣ ସୋମବାର ସରିଛି। ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ। ଆବେଦନ ବେଳେ ଫର୍ମରେ ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୫ରୁ ୩୧ ଜାନୁଆରୀ ମଧ୍ୟରେ ଏନ୍‌ଟିଏ ୱେବ୍‌ସାଇଟ୍‌ (www.ntaneet.nic.in)ରେ ସଂଶୋଧନ କରିପାରିବେ। ଏହି ପରୀକ୍ଷା ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ଛାତ୍ରଛାତ୍ରୀ ୨୭ ମାର୍ଚ୍ଚରୁ ଆଡମିଟ୍‌କାର୍ଡ ଡାଉନଲୋଡ କରିପାରିବେ। ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବା ଏନ୍‌ଟିଏ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

Comments
Loading...