ଆଜି ପ୍ରକାଶ ପାଇବ ‘ନିଟ୍‌’ ପରୀକ୍ଷା ଫଳ

ଭୁବନେଶ୍ବର : ‘ନ୍ୟାସ୍‌ନାଲ ଟେଷ୍ଟିଙ୍ଗ ଏଜେନ୍ସି’ (ଏନ୍‌ଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)-୨୦୧୯ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.ntaneet.nic.in)କୁ ଯାଇ ପରୀକ୍ଷା ଫଳ ଦେଖି ପାରିବେ।
ସୂଚନାଯୋଗ୍ୟ, ରାଜ୍ୟର ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ରାଜ୍ୟରୁ ୪୨,୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ଛାତ୍ରଛାତ୍ରୀ ୧୮୦ ନମ୍ବର ବିଶି‌ଷ୍ଟ ୭୨୦ ମାର୍କ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ପ୍ରକାଶ ପରେ ଜୁନ୍ ୧୩ରୁ କାଉନସେଲିଂ ଆରମ୍ଭ ହେବ। ପରେ ଏମ୍‌ବିବିଏସ୍‌, ଡେଣ୍ଟାଲ ଓ ଆୟୁଷ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ। ମେ ୫ରେ ଓଡ଼ିଶାକୁ ଛାଡ଼ି ଅନ୍ୟ ରାଜ୍ୟଗୁଡ଼ିକରେ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ଦେଶରେ ୧୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ଏଥିପାଇଁ ସାରା ଦେଶରେ ୧୫୪ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ତେବେ ମେ ୫ରେ ଓଡ଼ିଶାରେ ଏହି ପରୀକ୍ଷାକୁ ଫଣି ପ୍ରଭାବ ଯୋଗୁଁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟ ମେ ୨୦ରେ ଓଡ଼ିଶାରେ ନିଟ୍‌ ପରୀକ୍ଷା କରାଯାଇ ଥିଲା।

Comments are closed.