ସରକାରୀ ସ୍କୁଲ ଛାତ୍ରଙ୍କ ପାଇଁ ଡ଼ାକ୍ତରୀ ଶିକ୍ଷାରେ ୭.୫% ସଂରକ୍ଷଣ: ତାମିଲନାଡ଼ୁ ସରକାରଙ୍କ ନୂଆ ନିଷ୍ପତ୍ତି

ଚେନ୍ନାଇ : ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡ଼ୁ ସରକାର ଘୋଷଣା କରିଛନ୍ତି ଖୁସି ଖବର । ଏମବିବିଏସ୍ ଓ ଦନ୍ତ ଚିକିତ୍ସା ପାଠ୍ୟକ୍ରମ (ବିଡ଼ିଏସ୍)ରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ସଂରକ୍ଷଣ ରହିବ । ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏନଇଇଟିରେ ଯେଉଁମାନେ ଯୋଗ୍ୟତା ହାସଲ କରିଛନ୍ତି ଓ ସିଟ୍ ପାଇବାକୁ ସଫଳ ହୋଇ ନାହାନ୍ତି, ସେମାନେ ଯଦି ସରକାରୀ ସ୍କୁଲରେ ପାଠ ପଢ଼ିଥିବେ ତେବେ ସେମାନଙ୍କୁ ଏହି ସୁବିଧା ମିଳିବ । ସରକାରୀ ସ୍କୁଲରେ ପଢ଼ିବା ନିମନ୍ତେ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି ।

Comments are closed.