ଜୁଲାଇ ୧୭ରେ ନିଟ୍‌; ଆରମ୍ଭ ହେଲା ଅବେଦନ ପ୍ରକ୍ରିୟା

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ଜୁଲାଇ ୧୭ରେ ନିଟ୍‌ ୟୁଜି-୨୦୨୨ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୭ରେ ପରୀକ୍ଷା ହେବା ନେଇ ଏନଟିଏ ସୂଚନା ଦେଇଥିବା ବେଳେ ଏହି ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଗୋଟିଏ ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା ନେଇ କହିଛି ଏନଟିଏ । ତହା ସହ ଏଥିଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ମାନେ ମେ ୬ ତାରିଖ ଯାଏ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ  । https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ଦେଶ ବାହାରେ ୧୪ଟି କେନ୍ଦ୍ର ସହ ମୋଟ୍‌ ୫୪୩ଟି ସହରରେ ନିଟ୍‌ ପରୀକ୍ଷା କରାଯିବ ବୋଲି ଏନଟିଏ ସୂଚନା ଦେଇଛି । ତାହା ସହ ଛାତ୍ରଛାତ୍ରୀ ମାନେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାତୃଭାଷା ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ଦେଇପାରିବେ । ଇଂରାଜୀ, ହିନ୍ଦୀ, ପଞ୍ଜାବୀ, ତେଲଗୁ, ଉର୍ଦ୍ଦୁ, ତାମିଲ, କନ୍ନଡ, ଗୁଜୁରାଟି, , ମାଲାୟଲମ୍‌, ମରାଠି, ବେଙ୍ଗଲି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ।

Comments are closed.