ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ସରକାର

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ସଙ୍ଗୀନ ରହିଥିବା ସମୟରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ନିଟ ପରୀକ୍ଷା ପାଇଁ ଯେପରି ପରୀକ୍ଷାର୍ଥୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏପରିକି ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ଜିଲ୍ଲାରେ ବିଭିନ୍ନ ନୋଡାଲ ସେଣ୍ଟର କରାଯିବା ସହ ଅଫିସରଙ୍କ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି।

Comments are closed.