କାଲି କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଦେଇପାରିବେନି ନିଟ୍

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ରବିବାର ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷା କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଦେଇପାରିବେନି। ଏ ନେଇ ଏନଟିଏ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। କାଲିର ପରୀକ୍ଷା ପରେ ଆକ୍ରାନ୍ତଙ୍କ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଧାର୍ଯ୍ୟ ହେବାକୁ ଥିବା ତାରିଖରେ ସେମାନଙ୍କୁ ସୁଯୋଗ ମିଳିବ। ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ନିଷ୍ପତ୍ତି ବଦଳିଛି। କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଏନଟିଏକୁ ଜଣାଇବାକୁ ନିର୍ଦ୍ଦେଶ। ଆଡମିଟ କାର୍ଡ ସହ କରୋନା ପଜିଟିଭ ରିପୋର୍ଟ ପଠାଇବେ। ଏନଟିଏକୁ ncov19@nta.ac.in ରେ ଇ-ମେଲ କରିପାରିବେ।

Comments are closed.