‘ଘର ସଜାଡିବାକୁ ହେବ’: ବିଧାନସଭା ନିର୍ବାଚନ ଫଳାଫଳ ସମୀକ୍ଷା ଅବସରରେ ମତଦେଲେ ସୋନିଆ

ନୂଆଦିଲ୍ଲୀ: ନିକଟରେ ଦେଶର ପାଞ୍ଚଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରିବାକୁ ସୋମବାର ଦିନ ଏଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଫଳାଫଳରେ କଂଗ୍ରେସର ଅତ୍ୟନ୍ତ ନିରୁତ୍ସାହଜନକ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଦଳର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀ। ବୈଠକ ଆରମ୍ଭରେ ଦଳର ସମସ୍ତଙ୍କୁ ଆହ୍ୱାନ ଦେଇ ସୋନିଆ କହିଥିଲେ, ‘ଆମକୁ ନିଜ ଘର ସଜାଡିବାକୁ ହେବ।’ ଆମେ ଯେଉଁଭଳି ଭାବରେ ଶୋଚନୀୟ ଭାବରେ ବିଫଳ ହୋଇଛୁ ତାହା ଆମକୁ ତର୍ଜମା କରିବାକୁ ହେବ। ଦଳର ଏଭଳି ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ହୋଇଛି। ଏଥିପାଇଁ ସେ ଏକ କ୍ଷୁଦ୍ର ଗୋଷ୍ଠୀ ଗଠନ କରିବାକୁ ଚାହୁଛନ୍ତି, ଯିଏ ଏଭଳି ବିଫଳତାର ପ୍ରତ୍ୟେକଟି ଦିଗ ସମ୍ପର୍କରେ ଅନୁଧ୍ୟାନ କରି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବ।

Comments are closed.