କରେନା ଟିକାକରଣ ; ୧୮ କୋଟି ନିକଟତର
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ରୁତ ଗତିରେ ଟିକାକରଣ ଚାଲିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୭ କୋଟି ୯୫ଲକ୍ଷ ୬୬ହଜାର ୮୭୬ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି। ଆଜି ଗୋଟିଏ ଦିନରେ ଦେଶର ୪୨ହଜାର ୫୭୯ଟି ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଲକ୍ଷ ୬୫ହଜାର ୧୦୫ ଜଣଙ୍କୁ ଟିକାକରଣ କରାଯାଇଛି।
ଆଜି ସୁଦ୍ଧା ହୋଇଥିବା ଟିକାକରଣରେ ୧୩ କୋଟି ୯୮ଲକ୍ଷ ୧୨ହଜାର ୧୭୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩କୋଟି ୯୭ଲକ୍ଷ ୫୪ ହଜାର ୬୯୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୧୮ରୁ ୩୦ ବର୍ଷ ମଧ୍ୟରେ ୭୧ଲକ୍ଷ ୩୦ ହଜାର ୭୦୬ ଜଣ, ୩୦ରୁ ୪୫ ବର୍ଷ ମଧ୍ୟରେ ୧କୋଟି ୩୧ ଲକ୍ଷ ୯ହଜାର ୨୨୮ ଜଣ, ୪୫ରୁ ୬୦ ବର୍ଷ ମଧ୍ୟରେ ୬କୋଟି ୩୬ଲକ୍ଷ
୩୪ ହଜାର ୬୧ ଜଣ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ୫କୋଟି ୫୯ଲକ୍ଷ ୧୩ହଜାର ୪୫୨ ଜଣଙ୍କୁ ଟିକାକରଣ କରାଯାଇଛି।
Comments are closed.