ଏନଡିଆରଏଫ ପକ୍ଷରୁ ମକଡ୍ରିଲ

ନବରଙ୍ଗପୁର: ସମଗ୍ର ଦେଶରେ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଜାଦି କା ଅମୃତ ମହୋଛବ ଅବସରରେ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକର ଅଗ୍ନିପୁର ପଞ୍ଚାୟତ ଥିବା କୁସୁମଝର ଜଳଭଣ୍ଡାର ମଧ୍ୟରେ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (ଏନଡିଆରଏଫ) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମକ ଡ୍ରିଲରେ ବନ୍ୟା ଭଳି ପରିସ୍ଥିତିରେ ନିଜକୁ ପାଣିରୁ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଗୃହପାଳିତ ପଶୁଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବାର କୌଶଳ ପ୍ରଦର୍ଶନ କରିଥିଲେ।

ଏନଡିଆରଏଫ ସହଯୋଗରେ ଅନୁଷ୍ଠିତ ଏହି ମକ ଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ମକ ଡ୍ରିଲ କାର୍ୟ୍ୟକ୍ରମ ରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟନାୟକ, ବରିଷ୍ଠ ରାଜସ୍ୱ ସହାୟକ, ତ୍ରିପତି ଵାଲାଜୀ ସାହୁ, ଏନଡିଆରଏଫ ଇନ୍ସପେକ୍ଟର ଚେଣ୍ଡେଶ୍ୱର ପ୍ରସାଦ, ସବ ଇନ୍ସପେକ୍ଟର ଅଭିଷେକ ମିଶ୍ର , ପ୍ରସାଦ ନରୀମାଲା ଏବଂ ସହକର୍ମୀ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମକର୍ତ୍ତା, ସରପଞ୍ଚ ଚନ୍ଦ୍ରମା ଭତ୍ରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖୁରା, ନବରଙ୍ଗପୁର ମହିଳା ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ସୁନିତା ପାତ୍ର, ଏକଲବ୍ୟ ମଡେଲ ସ୍କୁଲର ଛାତ୍ରବୃନ୍ଦ ,ସ୍ଥାନୀୟ ସ୍ବେଚ୍ଛାସେବୀ, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.