ଏନଡିଏ-୨.୦ ମନ୍ତ୍ରୀମଣ୍ଡଳରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏନଡିଏ ସରକାର-୨ରେ ନିତିଶ କୁମାରଙ୍କ ରାଜନୈତିକ ଦଳ ଜେଡିୟୁ ସାମିଲ ହୋଇନାହିଁ। ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏହି ସୂଚନା ମିଳିଛି। ଜେଡିୟୁର କହିବା ଅନୁସାରେ ଆମେ ଏନଡିଏ ସରକାରରେ ରହିବୁ କିନ୍ତୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବୁନାହିଁ। ବିଜେପିର ପ୍ରସ୍ତାବ ଅନୁସାରେ ସହମତି ପ୍ରକାଶ ନହେବାରୁ ମନ୍ତ୍ରୀମଣ୍ଡଳରେ ରହିବୁ ନାହିଁ ବୋଲି ନିତିଶ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ଆମର ସାଂସଦ ମାନେ ମନ୍ତ୍ରୀମଣ୍ଡଳରେ ନରହିବାକୁ ଇଚ୍ଛାପ୍ରକଟ କରିଛନ୍ତି। ଏହାର ସୂଚନା ନିତିଶ କୁମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ଲୋକସଭା ନିର୍ବାଚନରେ ୧୬ଟି ଆସନରେ ବିଜୟ ଲାଭ କରିଛି।

Comments are closed.