ରାଜ୍ୟସଭାରେ ଏନଡିଏର ପଲ୍ଲା ଭାରି, ଆସନ ସଂଖ୍ୟା ୧୦୧କୁ ବୃଦ୍ଧି

ରାଜ୍ୟସଭା ନିର୍ବାଚନରେ ୨୪ଟି ଆସନରୁ ବିଜେପି ପାଇଛି ୧୧

ନୂଆଦିଲ୍ଲୀ : ରାଜ୍ୟସଭାରେ ଶାସକ ଦଳ ବିଜେପିର ସ୍ଥିତି ଆହୁରି ମଜବୁତ ହୋଇଛି । ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ବିଜେପି ୮ଟି ରାଜ୍ୟର ୧୯ଟି ଆସନ ମଧ୍ୟରୁ ୮ଟିରେ ଜିତିଛି । ଏହାପୂର୍ବରୁ ଦଳ ତିନିଟି ଆସନ ଜିତି ବୋଟ ୧୧ଟି ଆସନରେ ବିଜୟ ହାସଲ କରିଛି। ଶୁକ୍ରବାର ଦିନ ଜିତିଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅଛନ୍ତି।
ଏହି ସମୟରେ ଗୁଜୁରାଟ ଏବଂ ମଣିପୁରରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଅନିୟମିତତା ଅଭିଯୋଗ ମଧ୍ୟରେ ବିଳମ୍ବରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ ର ରାଜ୍ୟସଭାରେ ପ୍ରଥମେ ୯୦ ଜଣ ସଦସ୍ୟ ଥିଲେ। ୨୪୫ ସଦସ୍ୟ ବିଶିଷ୍ଟ ଉଚ୍ଚ ସଦନରେ ଏହି ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଛି।
କେବଳ ଉଚ୍ଚ ସଦନରେ ବିଜେପିର ଆସନ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)ର ୬୫ଟି ଆସନ ରହିଛି। ଯଦି ବିଜୁ ଜନତା ଦଳ (ବିଜେଡି), ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡା ମୁନେତ୍ର କାଜଗାମ (ଏଆଇଏଡିଏମକେ) ଏବଂ ୱାଇଏସଆର କଂଗ୍ରେସ ପାର୍ଟି ଭଳି ଦଳର ସମର୍ଥନ ମିଳିବ, ତେବେ ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗ୍ରହଣ କରିବାକୁ ଦଳ ସହଜ ସ୍ଥିତିକୁ ଆସିବ।

Comments are closed.