ମହେଶ ଭଟ୍ଟ, ଉର୍ବଶୀ ରୌତେଲାଙ୍କୁ ଜାତୀୟ ମହିଳା କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ମଡେଲିଂ ଅଫର ଦେବା ବାହାନାରେ ଯୁବତୀମାନଙ୍କୁ ବ୍ଲାକମେଲ କରିବା ଏବଂ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ସାମାଜିକ କର୍ମୀ ଯୋଗିତା ଭାୟାନା ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଯୋଗିତା ଏକ କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ଏହି ମାମଲାରେ ମହିଳା କମିଶନ ଗୁରୁବାର ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ସାନି ନୋଟିସ ଜାରି କରିଛନ୍ତି। ଉପରୋକ୍ତ ମାମଲାରେ ମହେଶ ଏବଂ ଉର୍ବଶୀଙ୍କ ବୟାନ ରେକର୍ଡ କରିବା ଲାଗି କମିଶନ ନୋଟିସ ଜାରି କରିଥିବା ସୂଚନା ମିଳିଛି।

Comments are closed.