ଏନଆରସି – ‘ବିଜେପି ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ ’

0

ନୂଆଦିଲ୍ଲୀ : ଏନଆରସିକୁ ନେଇ ଦେଶ ବ୍ୟାପୀ ରାଜନୀତି ଜୋର ଧରିଛି। ଜମ୍ମୁ କାଶ୍ମୀରରେ ୬୮.୩%, ଆସାମରେ ୩୪.୨%, ପଶ୍ଚିମବଙ୍ଗରେ ୨୭% ଏବଂ ବିହାରରେ ୧୬.୯% ମୁସଲମାନ ଅଛନ୍ତି। ଅନ୍ୟ ପକ୍ଷରେ ଆସାମରେ ଏନଆରସିରୁ ବାଦ ପଡିଥିବା ୪୦ଲକ୍ଷ ଲୋକଙ୍କ ମଧ୍ୟରୁ ୨୭ ଲକ୍ଷ ମୁସଲମାନ ଏବଂ ୧୩ ଲକ୍ଷ ହିନ୍ଦୁ ଅଛନ୍ତି। ଭାରତୀୟ ଜନତା ପାର୍ଟି ଏହାକୁ ରାଷ୍ଟ୍ରବାଦ ସହିତ ଯୋଡି ଦେଇଛି, କାରଣ ସାଂପ୍ରଦାୟିକ ଆଧାରରେ ତା’ ଉପରେ ଧ୍ରୁବୀକରଣର ଅଭିଯୋଗ ନ ଆସୁ । ବିଜେପି ଅଧ୍ୟକ୍ଷ ଅମିତ ଶାହା ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିରୋଧୀ ଦଳ ପ୍ରଥମେ କୁହନ୍ତୁ, କି ସେମାନେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହିତ ଅଛନ୍ତି ଅଥବା ତାଙ୍କ ବିରୁଦ୍ଧରେ ଅଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବୋତ୍ତରର ପ୍ରଭାରୀ ରାମ ମାଧବ କହିଛନ୍ତି, କି ‘ବିଜେପି ପାଇଁ ଏହା ରାଜନୈତିକ ପ୍ରସଙ୍ଗ ନୁହେଁ।’ ଦଳ ୧୯୮୦ଠାରୁ ଏ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ପ୍ରସ୍ତାବରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରିବା କଥା କହିଆସିଛି ଏବଂ କ୍ଷମତାକୁ ଆସିବା ପରେ ଏବେ ତାହାକୁ ପୂରଣ କରି ଦେଖାଇ ଦେଇଛି। ସୁପ୍ରିମ କୋର୍ଟଙ୍କ ଅନୁଧ୍ୟାନରେ ସମ୍ପୂର୍ଣ୍ଣ କାର୍ଯ୍ୟ କରାଯାଉଛି ଏବଂ ଆଗକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ। ବାସ୍ତବରେ ବିଜେପି ଅନୁପ୍ରବେଶ ପ୍ରସଙ୍ଗକୁ ସ୍ଥାନୀୟ ରୋଜଗାର,ଶିକ୍ଷା, ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାକୁ ଯୋଡି ଦେଇଛି।

ବିଦେଶୀ ଟ୍ରାଇବୁନାଲକୁ ଯିବାର ଅଧିକାର : ଏନଆରସିରୁ ବାଦ ପଡିଥିବା ୪୦ଲକ୍ଷ ଲୋକଙ୍କ ମଧ୍ୟରୁ ୨୭ ଲକ୍ଷ ମୁସଲମାନ ଏବଂ ୧୩ ଲକ୍ଷ ହିନ୍ଦୁ ଅଛନ୍ତି। ତେବେ ଚୁଡାନ୍ତ ତାଲିକାରେ ଆହୁରି ୧୦ ଲକ୍ଷ ଲୋକ ଏନଆରସି ସହିତ ଯୋଡି ହୋଇଯିବେ। ଯଦି ମୋଟ ୩୦ ଲକ୍ଷ ଲୋକ ଏନଆରସିରୁ ବାଦ ପଡିବେ ଏବଂ ବିଦେଶୀ ଘୋଷିତ ହୋଇଯିବେ ତେବେ ମଧ୍ୟ ତାଙ୍କ ପାଖରେ ବିଦେଶୀ ଟ୍ରାଇବୁନାଲକୁ ଯିବାର ଅଧିକାର ରହିବ। ଅନ୍ୟ ପକ୍ଷରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି କି ବିଜେପି ସରକାର ଏନଆରସି ପ୍ରସ୍ତୁତିରେ ହେରଫେର କରିଛନ୍ତି।
ବିଶେଷ ସବୁଦାୟକୁ ବଡ଼ ସନ୍ଦେଶ ଦେବା ପାଇଁ ପ୍ରୟାସ : ବିଗତ ୫୦-୬୦ ବର୍ଷ ଧରି ଯାହା ହୋଇ ନ ଥିଲା ତାହା ଆମେ କରି ଦେଖାଇଛୁ ବୋଲି ସିଏସଡିଏସର ନିର୍ଦେଶକ ସଞ୍ଜୟ କୁମାର କହିଛନ୍ତି। ସେ କହିଛନ୍ତି କି ରାଜନୈତିକ ସ୍ତରରେ ଏହି ବିଷୟ ଏକ ବିଶେଷ ସବୁଦାୟକୁ ବଡ଼ ସନ୍ଦେଶ ଦେବା ପାଇଁ ପ୍ରୟାସ କରାଯାଇଛି। ତେବେ ଆସାମରେ ଏନଆରସି ମାଧ୍ୟମରେ ବିଜେପି ସେହି ବିଶେଷ ସମୁଦାୟ ସହିତ ଠିଆ ହୋଇଛି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ଠାରୁ ସଂକେତ ମିଳିଛି ଯେ ଏନଆରସିରୁ ଯେଉଁ ଲୋକ ବାଦ ପଡିଛନ୍ତି, ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯିବ ନାହିଁ। ତେବେ ଏନଆରସି ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଚୁଡାନ୍ତ ଚିଠା ଆସିବା ପରେ ଯେଉଁମାନଙ୍କୁ ଅବୈଧ ନାଗରିକ ଭାବେ ଗଣନା କରାଯିବ, ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଧ୍ୟାନରେ ସେମାନଙ୍କ ପାଇଁ ଯାହା କିଛି ନିଷ୍ପତ୍ତି ନିଆଯିବ।
ଭୋଟ ବ୍ୟାଙ୍କ ଉପରେ ନଜର : ଗତ ଲୋକସଭା ନିର୍ବାଚନରେ ଆସାମରେ ବିଜେପିକୁ ୫୫ଲକ୍ଷ ଭୋଟ ମିଳିଥିଲା, ଯାହା ମୋଟ ମତଦାନର ୩୭% ଥିଲା। ବିଜେପିକୁ ୭ଟି ଆସନ ମିଳିଥିଲା। କଂଗ୍ରେସକୁ ପାଖାପାଖି ୩୦% ଭୋଟ ସହିତ ୪୪ଲକ୍ଷରୁ ଅଧିକ ଭୋଟ ମିଳିଥିଲା ଓ ୩ଟି ଆସନ ମିଳିଥିଲା। ତେବେ ଆସାମରେ ତୃତୀୟ ବଡ଼ ଦଳ ଭାବେ ବଦରୁଦ୍ଦିନ ଅଜମଲର ଅଲ ଇଣ୍ଡିିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟକୁ ୨୨ଲକ୍ଷରୁ ଅଧିକ ଭୋଟ ମିଳିଥିଲା ଯାହା ମୋଟ ମତଦାନର ୧୫% ଥିଲା। ଏହା ସ୍ପଷ୍ଟ ଯେ, ଏଆଇୟୁଡିଏଫ ଉପରେ ସବୁଠାରୁ ବଡ଼ ପ୍ରଭାବ ପଡିବ, ଯାହା ପ୍ରତି ମୁସଲମାନ ମତଦାତାଙ୍କର ସହାନୁଭୂତି ରହିଥିଲା।

Leave A Reply