ପଥର ଫିଙ୍ଗା କାର୍ଯ୍ୟରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ଏନସିପିସିଆରଙ୍କ ନିର୍ଦ୍ଦେଶ

ଜାରିକଲା ମାର୍ଗ ଦର୍ଶିକା

ନୂଆଦିଲ୍ଲୀ :  ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ପଥର ଫିଙ୍ଗା ଭଳି ବେଆଇନ କାର୍ଯ୍ୟକଳାପରେ ପିଲାମାନଙ୍କୁ ବ୍ୟବହାର କରାଯାଉଥିବା ଘଟଣାକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଶିଶୁ ଅଧିକାର ସୁରକ୍ଷା ଜାତୀୟ କମିଶନ ସବୁରାଜ୍ୟର ପୁଲିସ୍‍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

@NCPCR

କମିଶନ କହିଛନ୍ତି ଶିଶୁ ସୁରକ୍ଷା ଆଇନ-୨୦୧୫ର ବିଭିନ୍ନ ଧାରା ଅନୁଯାୟୀ ଏଭଳି ଘଟଣା ଦ୍ୱାରା ଶିଶୁଙ୍କ ଅଧିକାର ଉଲ୍ଲଂଘନ ହେଉଛି । ଏହି ଆଇନ ଅନୁଯାୟୀ ଯଦି କୌଣସି ପ୍ରାପ୍ତବୟସ୍କ ବ୍ୟକ୍ତି ବା ଗୋଷ୍ଠୀ କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପରେ କୌଣସି ଶିଶୁ ବା ସେହିଭଳି ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରିବାର ଘଟଣା ନଜରକୁ ଆସେ, ତେବେ ସେଥିଲାଗି ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

Comments are closed.