କୃଷକ ଆନ୍ଦୋଳନ : ୯ ରେ ରାଷ୍ଟ୍ରପତିଙ୍କୁ ଭେଟିବେ ଶରଦ ପାୱାର

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏନସିପି ମୁଖ୍ୟ ଶରଦ ପାୱାର ଡିସେମ୍ବର ୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦେଶରେ କ୍ରମାଗତ ୧୧ ଦିନ ପାଇଁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି।  ସିଙ୍ଗୁ, ଟିକ୍ରି, ଦିଲ୍ଲୀ-ଗାଜିଆବାଦ, ଚିଲା ଏବଂ ଅନ୍ୟାନ୍ୟ ସୀମାରେ କୃଷକମାନେ ଅଟକି ରହିଛନ୍ତି। ଶନିବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନାରୁ କିଛି ମଧ୍ୟ ନିଷ୍କର୍ଷ ବହାରି ନାହିଁ। ଏଥିସହ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ତରବରିଆ କାରଣରୁ ଏହି ସମସ୍ୟା ଉପୁଜିଛି। ସରକାର କୃଷକମାନଙ୍କ କଥା ଶୁଣୁନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

 

Comments are closed.