ନିଲମ୍ବିତ ୮ ସାଂସଦଙ୍କ ସମର୍ଥନରେ ଶରଦ ପାୱାର : ଗୋଟିଏ ଦିନ କରିବେ ଉପବାସ

ମୁମ୍ବଇ : ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ଜଣ ସାଂସଦଙ୍କୁ ଏନସିପି ମୁଖ୍ୟ ଶରଦ ପାୱାର ସମର୍ଥନ କରିଛନ୍ତି। ଏହି ସାଂସଦଙ୍କ ସମର୍ଥନରେ ସେ ଗୋଟିଏ ଦିନ ଉପବାସ କରିବେ ବୋଲି ଟ୍ବିଟ୍ କରି ଘୋଷଣା କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୁଁ ଆଠଜଣ ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ଆନ୍ଦୋଳନରେ ଭାଗ ନେବି ଏବଂ ସେମାନଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସ ରଖିବି।

ଉଲ୍ଲେଖ ଯୋଗ୍ୟ, ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରି ଗୃହରେ ହଙ୍ଗାମା କରିବା ତଥା ଉପସଭାପତି ହରିବଂଶଙ୍କ ସହିତ ଏହି  ୮ ଜଣ ସଦସ୍ୟ ଅଭଦ୍ରାମୀ କରିଥିଲେ।  ଯେଉଁଥିପାଇଁ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ଏହି ସାଂସଦମାନଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରିଥିଲେ।

Comments are closed.