ଜୁନ ୧୨ରେ ଏନ୍‌ସିଏଚ୍‌ଏମ୍‌ ପରୀକ୍ଷା

ଭୁବନେଶ୍ବର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)ଦ୍ବାରା ପରିଚାଳିତ ନ୍ୟାସନାଲ କାଉନସିଲ ଫର୍‌ ହୋଟେଲ ମ୍ୟାନେଜମେଣ୍ଟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଏନ୍‌ସିଏଚ୍‌ଏମ୍‌-ଜେଇଇ-୨୦୨୧) ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବ। ଏନେଇ ବୁଧବାର ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ହୋଟେଲ ପରିଚାଳନା ଓ ଆତିଥ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡିଥାଏ। ଚଳିତ ବର୍ଷ କମ୍ପ୍ୟୁଟର ବେସ୍‌ ଟେଷ୍ଟ (ସିବିଟି)ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି। ଫେବୃଆରୀ ୩ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି। ପରୀକ୍ଷା ଗୋଟିଏ ସିଟିଂରେ କରାଯିବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଛାତ୍ରଛାତ୍ରୀ ଏନ୍‌ଟିଏ ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments
Loading...