ଜ୍ଞାନ ବାଂଟୁଛି ଏନସିଇଆରଟି, କଳାହାଣ୍ଡି ଅନାହାରର ଭୂଖଣ୍ଡ – ପ୍ରତିବାଦ କଲେ ମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଦ୍ବାରା ପଞ୍ଚମଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ପାଠ୍ୟ(ଇଭିଏସ) ପୁସ୍ତକରେ ଓଡ଼ିଶାର କଳାହାଣ୍ଡି ଜିଲାକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ଡ ରୂପ ଚିତ୍ରଣ କରାଯାଇଛି। ଏହା ବୁଦ୍ଧିଜୀବୀଙ୍କ ନଜରକୁ ଆସିବା ପରେ ସମଗ୍ର ଜିଲାରେ ଏହାକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେଉଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହିତ ଫୋନ ଯୋଗେ ଆଲୋଚନା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି। କଳାହାଣ୍ଡିର ପ୍ରକୃତ ଚିତ୍ର ଉପସ୍ଥାପନ ନହେବା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏ ଅଞ୍ଚଳର ଲୋକଙ୍କ ସ୍ବାଭିମାନ ପ୍ରତି ବିରାଟ ଉପହାସ ବୋଲି କହିଛନ୍ତି। ତୁରନ୍ତ ଏଭଳି ପୁସ୍ତକ ବଜାରରୁ ପ୍ରତ୍ୟାହାର କରି ଆବଶ୍ୟକ ସଂଶୋଧନ କରିବାକୁ ସେ କେନ୍ଦ୍ର ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରତି କଳାହାଣ୍ଡି ରାଜ୍ୟର ଦ୍ବିତୀୟ ବୃହତ୍ତମ ଧାନ ଉତ୍ପାଦନକାରୀ ଜିଲା। ପ୍ରତିବର୍ଷ ୧ହଜାର କୋଟି ଟଙ୍କାର ଧାନ ବିକ୍ରି କରି ଜିଲାର ଚାଷୀକୁଳ ରେକର୍ଡ଼ ସୃଷ୍ଟି କରିଛନ୍ତି। କଳାହାଣ୍ଡି କପାର ଉତ୍ପାଦନରେ ରାଜ୍ୟର ପ୍ରଥମ ଜିଲା ଓ ଏଠାରେ ବୃହତ ଜଳବିଦ୍ୟୁତ ଯୋଜନା କାର୍ଯ୍ୟକାରୀ ହେଉଛି।

ଏନସିଇଆରଟି ପୁସ୍ତକରେ ଇଂରାଜୀରେ ଲେଖା ଅଛି ‘Gomti is thirty years old. Gomti works in the fields of a rich farmer. For all her hard work, she gets paid very little. So little that she cannot even buy enough rice to feed her family. Some months she does not get any work at all. Then she has to eat leaves and roots from the jungle. Gomti’s children are weak with hunger and always sick. Few years ago her husband died of hunger.

Most rice grows in Kalahandi district. Rice is even sent to other states from here. Many times the rice that keeps lying in the godowns gets spoiled. In the same Kalahandi there are many, many poor people like Gomti. Why do people die of hunger in such a place?’

ଓଡ଼ିଆରେ ଅନୁବାଦ କଲେ ତାହା ଏପରି ହେବ ‘ଗୋମତିକୁ ତିରିଶ ବର୍ଷ ବୟସ। ଗୋମତି ଜଣେ ଧନୀ ଚାଷୀଙ୍କ କ୍ଷେତରେ କାମ କରେ। ସେ ତାର ସମସ୍ତ ପରିଶ୍ରମ ପାଇଁ ବହୁତ କମ୍ ମଜୁରୀ ପାଏ। ସେ ଏତେ କମ୍ ମଜୁରୀ ପାଏ ଯେ ସେଥିରେ ସେ ନିଜ ପରିବାର ଚଳାଇବା ପାଇଁ ଆବଶ୍ୟକ ମୁତାବକ ଚାଉଳ କିଣି ପରେ ନାହିଁ। ସେ କିଛି ମାସ ଆଦୌ କୌଣସି କାମ ପାଏ ନାହିଁ। ତେଣୁ ତାକୁ ଜଙ୍ଗଲରୁ ଗଛର ପତ୍ର ଏବଂ ଚେର ଖାଇବାକୁ ପଡିଥାଏ। ଗୋମତିର ପିଲାମାନେ କ୍ଷୁଧା ଯୋଗୁ ଦୁର୍ବଳ ଏବଂ ଅସୁସ୍ଥ ରହିଥାନ୍ତି। କିଛି ବର୍ଷ ପୂର୍ବେ ତାଙ୍କ ସ୍ୱାମୀ କ୍ଷୁଧାରେ ମୃତ୍ୟୁ ବରଣ କରିଥିଲେ।

ଅଧିକାଂଶ ଧାନ ଫସଲ କଳାହାଣ୍ଡି ଜିଲ୍ଲାରେ ଉତ୍ପାଦିତ ହୋଇଥାଏ। ସେଠାରୁ ଅନ୍ୟ ରାଜ୍ୟକୁ ମଧ୍ୟ ଚାଉଳ ପଠାଯାଏ। ଅନେକ ଥର ଚାଉଳ ଗୋଦାମରେ ପଡ଼ି ରହି ଖରାପ ହୋଇଯାଏ। ସେହି କାଲାହାଣ୍ଡିରେ ଗୋମତି ପରି ଅନେକ ଗରିବ ଲୋକ ଅଛନ୍ତି। ସେଭଳି ସ୍ଥାନରେ ଲୋକମାନେ ଭୋକରେ କାହିଁକି ମରନ୍ତି?’

ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଲା ଉନ୍ନତି ସାଧନ କରିଥିବାବେଳେ କୋମଳମତି ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ପୁସ୍ତକରେ ଏଭଳି ତଥ୍ୟ ଉପସ୍ଥାପନା ଦାୟିତ୍ବହୀନତାର ପରିଚୟ ​ବୋଲି ପୋଖରିଆଲଙ୍କୁ ଜଣାଇଛନ୍ତି। ମନ୍ତ୍ରାଳୟ ତରଫରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପୋଖରିଆଲ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଏନସିଇଆରଟିର ନିର୍ଦେଶକ ହୃଷୀକେଶ ସେନାପତିଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି।

Comments are closed.