ପିଏମ୍ଇସି  ପକ୍ଷରୁ ଏନସିସି ଦିବସ ପାଳିତ

ଗୋପାଳପୁର : ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ବୈଷୟିକ ମହାବିଦ୍ୟାଳୟ ପରିସରରେ ଏନସିସି ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ୟୁନିଟ ପକ୍ଷରୁ ବାଲ ମୁର୍ଗାନ ଓ ବି.କେ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ମହାବିଦ୍ୟାଳୟର  ଅଧ୍ୟାପକ ଡ଼ ସାଗର ମୁର୍ମୁ କ୍ୟାଡେଟ ଓ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ୟାଡେଟ ମାନଙ୍କ ମଧ୍ୟରେ ମୁଖ୍ୟ ବିଶ୍ୱଜିତଙ୍କ ସମତେ ଅନେକ କ୍ୟାଡଟଙ୍କ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଛାତ୍ର ରାହୁଲ କୁମାରଙ୍କ ନେତୃତ୍ୱରେ ଅଭିଭାଷଣ ଓ ଉବୋଧନ ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ  ପୁରସ୍କୃତ  କରାଯାଇଥିଲା। ମହାବିଦ୍ୟାଲୟର ଏନସିସି ସଂଯୋଜକ ପ୍ରଫେସର ସନ୍ଦୀପ ଭୋଇ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.