ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

0

ବଡ଼ସାହି : ସ୍ଥାନୀୟ ହାଇସ୍କୁଲରେ ସମର ଶିକ୍ଷାର୍ଥୀ ବାହିନୀର ୭୦ତମ ଦିବସ ପାଳିତ ହୋଇଯାଇଛି। ବଡ଼ସାହି ହାଇସ୍କୁଲ ଓ କଲେଜର ୧୩୪ଏନ୍‍ସିସି କ୍ୟାଡେଟ ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେଇଥିଲେ। ୧୪ଓଡିଶା ବାଟାଲିୟନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଏନ୍‍ସିସି ଅଧିକାରୀ ଦେବାଶୀଷ ମହାପାତ୍ର ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ପତି ପତାକା ଉତ୍ତୋଳନ କରିଥିଲେ। ଅଧ୍ୟାପକ ପାର୍ଥସାରଥି ବିଶ୍ୱାଳ, ଶିକ୍ଷକ ରାଜେନ୍ଦ୍ର ମିଶ୍ର ଓ ବିଶ୍ୱରଞ୍ଜନ ଦଣ୍ଡପାଟ ଉପସ୍ଥିତ ରହି ଦେଶ ଗଠନରେ ଏନ୍‍ସିସି କ୍ୟାଡେଟ ମାନଙ୍କର ଭୂମିକା ସମ୍ପର୍କରେ ଉଦ୍‍ବୋଧନ ଦେଇଥିଲେ। ଭାରତରେ ଜଳ, ସ୍ଥଳ ଓ ଆକାଶ ବାହିନୀରେ ଏପରି ଅଧିକ ସଂଖ୍ୟକ କ୍ୟାଡେଟ ଯୋଗଦାନ କରିବେ ସେଥିପ୍ରତି ଅଧିକ ଧ୍ୟାନ ଦେବା ପାଇଁ ଉପସ୍ଥିତ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଆଜିର ଯୁଗରେ ନାରୀମାନେ ମଧ୍ୟ କୌଣସି ଗୁଣରେ କମ ନୁହନ୍ତି। ସେମାନେ କିପରି ଦେଶ ସେବାରେ ଯୋଗଦାନ କରିବେ ତାହା ଉପରେ ଖେଳ ଶିକ୍ଷକ ପରମାନନ୍ଦ ବେହେରା ବାଳିକା କ୍ୟାଡ଼େଟ ମାନଙ୍କୁ ପ୍ରେରଣା ଦେଇଥିଲେ।

Leave A Reply