ଡ଼୍ରଗ୍ସ ଲିଙ୍କ: ୪ ଅଭିନେତ୍ରୀଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରିବ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିଜସ୍ବ ଢ଼ଙ୍ଗରେ ଏହାର ତଦନ୍ତ ଆରମ୍ଭ କରିଛି । ଏହି ମାମଲା​‌ରେ କିଛି ଲୋକଙ୍କୁ ଗିରଫ କରାଯାଇଛି ଏବଂ କିଛି ଲୋକଙ୍କୁ ଜେରା କରାଯାଇଛି ।।  ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଏବଂ ରକୁଲପ୍ରୀତ ସିଂହଙ୍କୁ ମଧ୍ୟ ପଚରାଉଚରା କରିସାରିଛି । ଏବେ ଏନସିବି ଏହି ୪ ଅଭିନେତ୍ରୀମାନଙ୍କର ଆର୍ଥିକ କାରବାର ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଏନସିବି ଏହି ଅଭିନେତ୍ରୀମାନଙ୍କର ୩ ବର୍ଷର କ୍ରେଡିଟ୍ କାର୍ଡର ପେମେଣ୍ଟର ଯାଞ୍ଚ କରିସାରିଛି ।

ରିପୋର୍ଟ ଅନୁସାରେ ଏନସିବି ଦୀପିକା, ସାରା ଅଲୀଖାନ, ଶ୍ରଦ୍ଧା କପୁର ଏବଂ ରକୁଲପ୍ରୀତ୍ ସିଂହ‌ଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟର ଯାଞ୍ଚ କରିବ  ସେମାନେ ଡ୍ରଗ୍ସ କ୍ରୟ ଏବଂ କାରବାର ପାଇଁ କୌଣସି ଲେଣଦେଣ କରିଛନ୍ତି କି ନାହିଁ ? ସେମାନଙ୍କ ବ୍ୟାଙ୍କରୁ ଏହି ଅର୍ଥ ପ୍ରଦାନ କରାଯାଇଛି କି ନାହିଁ? ସେମାନଙ୍କ ପାଇଁ ଆଉ କେହି ଅର୍ଥ ପଇଠ କରିଛନ୍ତି କି ନାହିଁ ତାହାର ଯାଞ୍ଚ ହେବ ।

ଇତିମଧ୍ୟରେ ଏନସିବି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ କର୍ମଚାରୀ ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାଓ୍ବନ୍ତ, ଧର୍ମା ପ୍ରଡକ୍ସନର ପୂର୍ବତନ ଆସିଷ୍ଟାଣ୍ଟ ଡାଇରେକ୍ଟର କ୍ଷିତିଜ ପ୍ରସାଦଙ୍କ ସହ ଅନେକ ଡ୍ରଗ୍ସ ବେପାରୀଙ୍କୁ ମଧ୍ୟ ଗିରଫ କରିସାରିଛି । ସେହିପରି ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି, ଜୟ ଶାହା, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ  ସିଇଓ ଧ୍ରୁବ ଚିଟଗୋପକର ଏବଂ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ଅନେକଙ୍କୁ ଜେରା କରାଯାଇଛି ।

Comments are closed.