ମନ୍ନତରେ ଏନସିବି ଟିମ

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ

ମୁମ୍ବଇ : ସୁପରଷ୍ଟାର ଶାହାରୁଖଙ୍କ ମନ୍ନତରେ ଏନସିବି ଟିମ । ପଚରାଉଚରା ପାଇଁ ଶାହାରୁଖଙ୍କ ଘର ମନ୍ନତକୁ ଏନସିବି ଯାଇଛନ୍ତି। ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହୋଇଛନ୍ତି । ଏନସିବି ଟିମ୍ ଶାହାରୁଖ ଖାନଙ୍କ ଘର ମନ୍ନତରେ ପହଞ୍ଚି ତଲାସି କରୁଛି। ଶାହାରୁଖ ଆଜି ତାଙ୍କ ପୁଅ ଆର୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ କାରାଗାରକୁ ଯାଇଥିଲେ। ଏକ ଗ୍ଲାସ୍ କାନ୍ଥ ସାମ୍ନାରେ ବସିଥିବା ବେଳେ ଦୁହେଁ ଇଣ୍ଟରକମ୍ ମାଧ୍ୟମରେ କଥା ହୋଇଥିଲେ । ଏହି ସମୟରେ ଆର୍ୟନ କାନ୍ଦୁଥିଲେ। ଏହି  ସାକ୍ଷାତ କେବଳ ୧୫ ମିନିଟ୍ ପାଇଁ ଥିଲା ।
ସେହିପରି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ କରିଛି। ଏହି ଚଢାଉ ମୁମ୍ବଇର ବାନ୍ଦ୍ରାସ୍ଥିତ  ଘରେ କରାଯାଇଛି। ଏହି ମାମଲାରେ ଏପର୍ୟ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ ।  ଏହାସହ ଅନନ୍ୟାଙ୍କ ଫୋନ ଜବତ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.