ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ୩୩ ଜଣଙ୍କ ନାମରେ ଏନସିବି ଦାଖଲ କଲା ଚାର୍ଜସିଟ୍

ନୂଆଦିଲ୍ଲୀ: ଶୁକ୍ରବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ପକ୍ଷରୁ ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ଏନ୍‌ସିବି ପକ୍ଷରୁ ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି। କୋର୍ଟରେ ଦାଖଲ କରାଯାଇଥିବା ୫୨ ହଜାର ପୃଷ୍ଠାର ଚାର୍ଜସିଟ୍‌ରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। ତେବେ କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ଅନ୍ୟସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଡିଜିଟାଲ ଫର୍ମାଟ ଓ ସିଡି ଆକାରରେ ଚାର୍ଜସିଟ୍‌ରେ ଦାଖଲ କରାଯାଇଛି ବୋଲି ଜଣାପଡ଼ିଛି।

ଆଜି ଏନସିବିର ମୁଖ୍ୟ ସମୀର ୱାନଖେଡେ ନିଜେ ଚାର୍ଜସିଟ୍ ଦାଖଲ ପାଇଁ କୋର୍ଟରେ ପହଞ୍ଚିଥିଲେ। ଚାର୍ଜସିଟ୍‌ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହିତ ୩୩ଜଣଙ୍କ ନାମ ରହିଛି। ଅଭିନେତା ସୁଶାନ୍ତ ସିଂହଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତି, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଏବଂ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାମ ଏନ୍‌ସିବି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଏହାସହିତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ ଏନସିବି ଗିରଫ କରିଥିଲା

Comments are closed.