ଅଭିନେତା ଏଜାଜ ଖାନ୍‌ ଗିରଫ

ମୁମ୍ବଇ: ଏକ ଡ୍ରଗ୍ସ ମାମଲାରେ ଅଭିନେତା ଏଜାଜ ଖାନଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ପ୍ରାୟ ୮ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ବ୍ୟବସାୟୀ ଶାଦାବ ବଟାଟାକୁ ଗିରଫ କରାଯିବା ପରେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ଏଜାଜ୍‌ ରାଜସ୍ଥାନରୁ ମୁମ୍ବଇ ଫେରୁଥିବା ସମୟରେ ଏନସିବି ତାଙ୍କୁ ବାଟରୁ ଉଠାଇ ନେଇଥିଲା।

ଏଜାଜ୍‌ ଖାନ ବଟାଟା ଗ୍ୟାଙ୍ଗରେ ସାମିଲ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହା ସହିତ ଗତ ମଙ୍ଗଳବାର ଏନସିବି ଟିମ୍‌ ଏଜାଜଙ୍କ ଅନ୍ଧେରୀ ଏବଂ ଲୋଖଣ୍ଡୱାଲାସ୍ଥିତ ଘରେ ଚଢ଼ାଉ କରିଛି। ଏନସିବି ମୁମ୍ବଇର ସବୁଠୁ ବଡ଼ ଡ୍ରଗ୍ସ ସପ୍ଲାୟର ଫାରୁକ ବଟାଟାର ପୁଅ ଶାଦାବକୁ ଗିରଫ କରିବା ସମୟରେ ତା’ଠାରୁ ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା।

ଶାଦାବ ବଟାଟା ବିରୋଧରେ ବଲିଉଡ୍‌ ସେଲିବ୍ରିଟିମାନଙ୍କୁ ଡ୍ରଗ୍ସ ଯୋଗାଣ କରିବାର ଅଭିଯୋଗ ରହିଛି। ଶାଦାବର ବାପା ଫାରୁକ ପ୍ରଥମେ ଆଳୁ ବିକ୍ରି କରୁଥିଲା। ସେହି ସମୟରେ ସେ ଅଣ୍ଡରୱାର୍ଲ୍ଡର କିଛି ଲୋକଙ୍କ ସମ୍ପର୍କରେ ଆସିଥିଲା। ଏବେ ସେ ମୁମ୍ବଇର ସବୁଠୁ ବଡ଼ ଡ୍ରଗ୍ସ ସପ୍ଲାୟର। ତା’ର ଡ୍ରଗ୍ସ କାରବାର ଏବେ ତା’ ପୁଅ ଶାଦାବ ସମ୍ଭାଳୁଥିଲା।

Comments are closed.