ବଡ଼ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା, ବଡ଼ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି। ନୟାପଲ୍ଲୀ ଥାନ ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ। ସାନ ଭାଇକୁ ପଢ଼ିବାକୁ ତାଗିଦ କରି ନିସ୍ତୁକ ପିଟିଥିଲା ବଡ଼ଭାଇ। ପ୍ରବଳ ମାଡ଼ ଖାଇବା ପରେ ସାନ ଭାଇର ମୃତ୍ୟୁ ହୋଇଥିଲା। ଏମବିଏ ପଢୁଆ ବଡ଼ ଭାଇ ନାମରେ ମାମଲା ରୁଜୁ କରି ଗିରଫ କଲା ନୟାପଲ୍ଲୀ ପୁଲିସ। ଏହି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

Comments are closed.