ପଥଚାରୀଙ୍କ ଉପରେ ମାଡିଗଲା ଡମ୍ପର, ୬ ମୃତ

ଓଡଗାଁ: ନୟାଗଡ ଜିଲ୍ଲା ଶରଣକୁଳ ଠାରେ ମଙ୍ଗଳବାର ନିଶାସକ୍ତ ଥିବା ବେପାରୁଆ ହାୱାଇ ଏକ କି.ମି. ବ୍ୟବଧାନରେ ସିରିଜ ଦୁର୍ଘଟଣା ଘଟାଇବା କାରଣରୁ ୩ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ମୋଟରସାଇକେଲ ସାଇକେଲ, ଦୁଇମହଲା ବିଶିଷ୍ଟ ଘର ସମେତ ୭ଟି ଦୋକାନ ଭାଙ୍ଗି ଚୁରମାର ହୋଇଯାଇଛି। ନୟାଗଡରୁ- ଓଡଗାଁ ଅଭିମୂଖେ ଯାଉଥିବା (ଓ.ଡି.୦୨ ଇ ୬୧୬୫) ନମ୍ବର ବିଶିଷ୍ଟ ହାୱାଇଟି ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ଚୁଡାମିଲ ସାହି ଠାରେ ପ୍ରଥମେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଦୁଇଜଣ ମହିଳା ତଥା ସେହି ସାହିର ରଘୁନାଥ ସାହୁଙ୍କର ପତ୍ନୀ ସୁବାସିନୀ ସାହୁ(୪୨) ଓ ସୋମନାଥ ସାହୁ ଙ୍କର ପତ୍ନୀ ସରୋଜିନୀ ସାହୁ ଙ୍କୁ ଧକ୍କା ଦେଇ ଚାପି ଦେବାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଦୃତଗତିରେ ଯାଉଥିବା ଏହି ହାୱାଇ ଟି ଶରଣକୁଳ ଥାନା ନିକଟରେ ସାମନାରେ ଯାଉଥିବା ଅନ୍ୟଏକ (ଓ.ଆର.୦୨ ଏଭି ୪୨୬୫) କୁ ପଛ ପାର୍ଶ୍ବରୁ ଶକ୍ତ ଧକ୍କା ଦେଇପୁନର୍ବାର ସମ୍ମୁଖ ଦିଗକୁ ଦୃତଗତିରେ ଚାଲିଯାଇ ଶରଣକୁଳ ବଜାର ଅତିକ୍ରମ କରି ସୁଆର ସାହି ନିକଟରେ ମଜୁରୀକାମ ସାରି ଘରକୁ ଆସୁଥିବା ନରେନ୍ଦ୍ରପୁର ଗ୍ରାମର ଦାଶରଥି ସାହୁଙ୍କର ପୁଅ ପଦ୍ମଲୋଚନ ସାହୁ (୩୦)କୁ ଧକ୍କା ଦେଇ ରାସ୍ତାର ବାମ ପାର୍ଶ୍ବରେ ଥିବା ଟ୍ରାକ୍ଟର ଡାଲା ସହିତ ପଦ୍ମଲୋଚନ କୁ ଠେଲିନେଇ ଚାପିଦେଇଥିଲା। ଶରୀରରୁ ମୁଣ୍ଡ ବିଚ୍ଛିନ୍ନ ହୋଇ ଖଣ୍ଡବିଖଣ୍ଡିତ ହୋଇ ଘଟଣା ସ୍ଥଳରେ ପଡ଼ିଥିବା ବେଳେ ମୃତ୍ୟୁ ଘଟିଥିଲା। ଏôତ ସହିତ ୩ଟି ଦୋକାନ ଉପରକୁ ମାଡିଯାଇ ଏକ ଦୁଇ ମହଲା ବିଶିଷ୍ଟ ଘରକୁ ପୁନର୍ବାର ଧକ୍କା ଦେଇ ଅପରପାର୍ଶ୍ବରେ ଏକ ସାଇକେଲ ଦୋକାନ ଉପରେ ଚଢିଯାଇଥିଲା , ସାଇକେଲ ଦୋକାନୀ ନୀଳକଣ୍ଠ ମହାରଣା (୭୦) ଓ ତାଙ୍କ ନାତୁଣୀ କାଜଲ ମହାରଣା (୧୫) କୁ ଚାପି ଦେଇ ଏକ ଗୋଡିଗଦା ଅତିକ୍ରମ କରି ୩ ଟି କ୍ୟାବିନକୁ ଠେଲି ନେଇ ବିରଜାଇ ମନ୍ଦିର ପାର୍ଶ୍ବ ନଦୀ ରାସ୍ତା ମଧ୍ୟକୁ ପକାଇବା ସହିତ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଅଟକିଯାଇଥିଲା। ଘଟଣାସ୍ଥଳରେ ହିଁ ସମସ୍ତେ ଶୋଚନୀୟ ଭାବେ ମୃତ୍ୟୁବରଣ କରିଥିବା ବେଳେ ଏକ ମୋଟର ସାଇକେଲ , ସାଇକେଲ, ୮ଟି ଦୋକାନ ଓ ଏକ ଘର ସମେତ ସବୁୁ ନଷ୍ଟ ହୋଇଯାଇଛି। ଏକ କି.ମି . ବ୍ୟବଧାନରେ ହିଁ ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି। ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନିୟ ଲୋକେ ଉତ୍ୟକ୍ତ ହୋଇ ସୁଆର ସାହି ଓ ନରେନ୍ଦ୍ରପୁର ଠାରେ ନୟାଗଡ-ଭଜଂନଗର ମୂଖ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ହିଁ ୪ ଘଣ୍ଟା ଧରି ମୃତ ଦେହ ଗୁଡିକ ସେମିତି ଘଟଣାସ୍ଥଳରେ ପଡ଼ିରହିଛି। ଏ ଘଟଣା ସ୍ଥାନୀୟ ଅଚଂଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିବା ବେଳେ ଶରଣକୁଳ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। କୈାଣସି ଜିଲ୍ଲା ପ୍ରଶାସନ ଅଦ୍ୟାବଧି ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ କ୍ଷତିପୁରଣ ଦାବି ନେଇ ରାସ୍ତା ଅବରୋଧ ଜାରି ରହିଛି।

Comments are closed.