ପାଖେଇ ଆସୁଛି ବଡ଼ଦିନ ଓ ନୂଆବର୍ଷ : ସଜେଇ ହେଉଛି ପର୍ଯ୍ୟଟନସ୍ଥଳୀ

ନୟାଗଡ଼ : ବଡ଼ଦିନ ଓ ନୂଆବର୍ଷ ପାଇଁ ନୟାଗଡ଼ ଜିଲାରେ ଥିବା ଶତାଧିକ ମନୋରମ ପର୍ଯ୍ୟଟନ ସ୍ଥଳୀ ଗୁଡି଼କରେ ପର୍ଯ୍ୟଟକ ତଥା ପ୍ରକୃତିପିପାଷୁମାନଙ୍କ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି। ଏହି ଅବସରରେ ଜିଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଜିଲାରେ ଥିବା ମନୋରମ ତଥା ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଭୋଜିଭାତ କରି ମଜା ଉଠାଇବେ।

ଏହି ଅବସରରେ ରଣପୁର ବ୍ଲକର ପ୍ରସିଦ୍ଧ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅସୃକୁମାରୀ, ମଣୀନାଗ, ଓଡ଼ଗାଁର ରଘୁନାଥ, ଶରଣକୂଳର ଲଡ଼ୁବାବା, ଶିମିଳିଝରଣା, ଖଣ୍ଡପଡ଼ା ବ୍ଲକର ସିଧାମୂଳାର ଗୋକୁଳାନନ୍ଦ ପୀଠ,କଣ୍ଟିିଲୋର ନୀଳମାଧବ ପୀଠ, ବଡ଼ଟାସେରା, ଅଁଳାପଟ୍ଟାର ଯୋଗୀଯୋଗୀଆଣି ବୌଦ୍ଧ ପୀଠ, ଗୋହିରାପଡ଼ାର ବେଲେଇଶୁଣୀ, ଗୋହିରାପଡ଼ା ଜଳଭଣ୍ଡାର, ଖଣ୍ଡପଡ଼ା ସୁନାମୁହିଁ ଜଳଭଣ୍ଡାର, ଦଶପଲ୍ଲାର ମହାବୀର କ୍ଷେତ୍ର, କୁଆଁରିଆ ଜଳଭଣ୍ଡାର, ପଣସ ବାବାଙ୍କ ପୀଠ,ସ୍ୱପ୍ନ ମହାବୀର ପୀଠ, ବରଦାୟନୀ ପାହାଡ଼,ଖମାର ସାହିର ଭୀମରା ପାହାଡ଼, ମିଟୁକୁଳିର ରତ୍ନଗଣ୍ଡ ଜଳପ୍ରପାତ,ଗଣିଆ ବ୍ଲକର କୁତୁରୀ, ବଡ଼ମୂଳ, ବାଇଶପଲ୍ଲୀ ଅଭୟାରଣ୍ୟ, ସାତକୋଶିଆ ଗଣ୍ଡ, ବଡ଼ମୂଳର ସ୍ୟାଣ୍ଡ ରିସୋର୍ଟ, ଛାଡ଼ମୂଳର ଲାଲବାବାଙ୍କ ପୀଠ, କଳାପାଟ ଠାକୁରାଣୀ, ବଡ଼ରାଉଳ ପୀଠ, ରାଜିଙ୍ଗିର ନବଗୁଞ୍ଜର, କରଡ଼ାପଡ଼ାର ଅର୍ଜୁନ ଖୋଲ ପାହାଡ଼, ନୟାଗଡ଼ର ଦକ୍ଷିଣକାଳୀ ପୀଠ, ଝରଦେଇ ପୀଠ, ପାଣିପଇଲା ଜଳଭଣ୍ଡାର, ଓଡ଼ଗାଁର ବୁଢ଼ାବୁଢ଼ିଆଣୀ ଜଳଭଣ୍ଡାର, କଟରା ଝରୀ ଜଳଭଣ୍ଡାର, ଦୁତିକେଶ୍ୱରପୀଠ, ଭାପୁର ବ୍ଲକରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଉଷ୍ଣପ୍ରସବଣ, ହନୁମନ୍ତପ୍ରସାଦ ଜଳପ୍ରପାତ,ଚକ୍ରଧରପ୍ରସାଦ ନିକଟସ୍ଥ ବୁଢ଼ୀଦେଇ ପୀଠ, ପଥରଚକଡ଼ାର ନାରାୟଣୀ ପୀଠ, ଜହରକୋଟର ଝାଡ଼େଶ୍ୱରୀ ପୀଠ, ଗାୟା ପଥର ଜଳଭଣ୍ଡାର, ଭାପୁର ଜଗନ୍ନାଥ ବନପ୍ରକଳ୍ପ ଜଳଭଣ୍ଡାର, ବିଜିପୁର ସାଇମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନଗୁଡ଼ିକରେ ପ୍ରକୃତିପିପାଷୁ ଆଗନ୍ତୁକମାନଙ୍କର ବଡ଼ଦିନ ଓ ନୂଆବର୍ଷ ଭିଡ଼ ଜମିବ।

ଏହି ଆଗନ୍ତୁକ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଏବେ ଠାରୁ ସଜେଇ ହେଲାଣି ଏସବୁ ପର୍ଯ୍ୟଟନ ସ୍ଥଳୀ। ଅନ୍ୟପକ୍ଷରେ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ ଉପରୋକ୍ତ ସ୍ଥାନମାନଙ୍କରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବାର ସୂଚନା ମିଳିଛି।

Comments are closed.