ଘରୁ ଅପହରଣ କରି ଏସ୍‍ପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ବିଜାପୁର : ଛତିଶଗଡ଼ର ବିଜାପୁର ଜିଲାରେ ମଙ୍ଗଳବାର ରାତିରେ ମାଓବାଦୀମାନେ ସମାଜବାଦୀ ପାର୍ଟି (ଏସପି) ନେତା ସନ୍ତୋଷ ପୁନେମାଙ୍କୁ ଘରୁ ଅପହରଣ କରି ହତ୍ୟା କରିଛନ୍ତି । ହତ୍ୟା ପରେ ମାଓବାଦୀମାନେ ସନ୍ତୋଷଙ୍କ ଶବକୁ ରାସ୍ତାରେ ପିଙ୍ଗି ଚାଲିଯାଇଥିଲେ। ସନ୍ତୋଷ ଗତ ବର୍ଷ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ଲାଭ କରିଥିଲେ। କୁହାଯାଉଛି ଏହି ଅଞ୍ଚଳରେ ସଡ଼କ ନିର୍ମାଣ ଓ ଅନ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ କରୁଥିବାରୁ ମାଓବାଦୀମାନେ ସନ୍ତୋଷଙ୍କୁ ଟାର୍ଗେଟ କରିଥିଲେ । ବିଜାପୁର ଏସ୍‍ପି ଦିବ୍ୟାଙ୍ଗ ପଟେଲ କହିଛନ୍ତି ଯେ ମଙ୍ଗଳବାର ସନ୍ତୋଷ ନିଜ ପୈତୃକ ଗ୍ରାମ ମରିମଲ୍ଲା ଯାଇଥିଲେ । ରାତିରେ ଅସ୍ତ୍ରଧାରୀ ମାଓବାଦୀମାନେ ତାଙ୍କୁ ଘରୁ ଅପହରଣ କରିନେଇଥିଲେ । ବୁଧବାର ସକାଳେ ରାସ୍ତା କଡ଼ରୁ ସନ୍ତୋଷଙ୍କ ଶବକୁ ଊଦ୍ଧାର କରାଯାଇଛି । ଏହା ପୂର୍ବରୁ ମାଓବାବାଦୀମାନେ ନିର୍ବାଚନ ପୂର୍ବରୁ ଜଣେ ବିଜେପି ତୋନଙ୍କୁ ହତ୍ୟା କକରିଥିଲେ।

Comments are closed.